IPL 2020: ୧୯ ସେପ୍ଟେମ୍ବରରୁ ମ୍ୟାଚ ପ୍ରସାରଣ କରିବ ଷ୍ଟାର ସ୍ପୋର୍ଟସ ଚ୍ୟାନେଲ, ଘୋଷଣା କଲା କମେଣ୍ଟ୍ରି ପ୍ୟାନେଲ

Dream11 IPL 2020ର ଅଫିସିଆଲ ପ୍ରସାରଣକର୍ତ୍ତା ଷ୍ଟାର ସ୍ପୋର୍ଟସ କମେଣ୍ଟ୍ରି ପ୍ୟାନେଲ ଘୋଷଣା କରିଛି, ଯେଉଁଥିରେ ବିଶ୍ୱର କିଛି ମହାନ ତଥା ପ୍ରତିଷ୍ଠିତ କ୍ରିକେଟ ବିଶେଷଜ୍ଞ ସାମିଲ ହୋଇଛନ୍ତି। ଆବୁ ଧାବିରେ ସେପ୍ଟେମ୍ବର ୧୯ରେ ଆଇପିଏଲର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ପରସ୍ପରକୁ ଭେଟିବେ।

ଏହି କମେଣ୍ଟ୍ରି ପ୍ୟାନେଲରେ ପୁରୁଷ ଏବଂ ମହିଳା, ଉଭୟଙ୍କୁ ସାମିଲ କରାଯାଇଛି। ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଜେପି ଡୁମିନି କମେଣ୍ଟ୍ରି ଦୁନିଆରେ ନିଜର ଡେବ୍ୟୁ କରିବେ। ଏହି ପ୍ୟାନେଲରେ ମହାନ ଖେଳାଳି ହର୍ଷ ଭୋଗଲେ, ମାର୍କ ନିକୋଲସ, ସାଇମନ ଡୁଲ, ଇୟାନ ବିଷପ ଓ ସୁନିଲ ଗାଭାସ୍କରଙ୍କ ଭଳି ବିଶେଷଜ୍ଞଙ୍କୁ ସାମିଲ କରାଯାଇଛି।

hhv

ମାଇକେଲ ସ୍ଲେଟର, ଡ୍ୟାନି ମାରିସନ, ଦୀପ ଦାସଗୁପ୍ତା, ରୋହନ ଗାଭାସ୍କର, ପମ୍ମି ଏମବିଙ୍ଗିବା, ଡେରେନ ଗଙ୍ଗା, ଏଲ ଶିବରାମକୃଷ୍ଣନ, ମୁରଲୀ କାର୍ତ୍ତିକ, କେଭିନ ପିଟରସନ ଓ କୁମାର ସଙ୍ଗକାରା ମଧ୍ୟ ଏହି ପ୍ୟାନେଲରେ ସାମିଲ ହୋଇଛନ୍ତି। ମହିଳା କମେଣ୍ଟେଟର ଭାବେ ଆଞ୍ଜୁମ ଚୋପ୍ରା ଓ ଲିସା ସ୍ଥାଲେକର ନିଜର ଯୋଗଦାନ ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.