Below header

ଘରେ କେହି ନଥିବାର ସୁଯୋଗ ନେଇ ବୋହୂକୁ ଦୁଷ୍କର୍ମ କଲା ଶ୍ୱଶୁର, ଆଉ ଗ୍ରହଣ କଲେନି ସ୍ୱାମୀ

ବାପା ସମାନ ଶ୍ୱଶୁର ବିରୋଧରେ ବୋହୂ ଆଣିଲା ସାଙ୍ଘାତିକ ଅଭିଯୋଗ। ଘରେ କେହି ନଥିବାର ସୁଯୋଗ ନେଇ ବୋହୂକୁ ଦୁଷ୍କର୍ମ କଲା ଶ୍ୱଶୁର । ଏପଟେ ଏକଥା ସ୍ୱାମୀକୁ ଜଣାଇବା ପରେ ସ୍ତ୍ରୀକୁ ସପୋର୍ଟ କରିବେ କଣ ଓଲଟି ଆଉ ଗ୍ରହଣ କଲେନି ସ୍ୱାମୀ ।

ଉତ୍ତର ପ୍ରଦେଶ: ବାପା ସମାନ ଶ୍ୱଶୁର ବିରୋଧରେ ବୋହୂ ଆଣିଲା ସାଙ୍ଘାତିକ ଅଭିଯୋଗ। ଘରେ କେହି ନଥିବାର ସୁଯୋଗ ନେଇ ବୋହୂକୁ ଦୁଷ୍କର୍ମ କଲା ଶ୍ୱଶୁର । ଏପଟେ ଏକଥା ସ୍ୱାମୀକୁ ଜଣାଇବା ପରେ ସ୍ତ୍ରୀକୁ ସପୋର୍ଟ କରିବେ କଣ ଓଲଟି ଆଉ ଗ୍ରହଣ କଲେନି ସ୍ୱାମୀ । ଓଲଟି ରଖିଲେ ସର୍ତ୍ତ । ଆଉ ସେହି ସର୍ତ୍ତରେ ଅରାଜି ହେବାରୁ ସ୍ତ୍ରୀ ଘରୁ ତଡି ଦେଲେ ।  ପୁଣି ଦୋହରିଛି ଇମ୍ରାନା ମାମଲା । ଉତ୍ତର ପ୍ରଦେଶରେ ଆଉ ଏକ ଇମ୍ରାନା ମାମଲା ସାମ୍ନାକୁ ଆସିଛି। ବୋହୂକୁ ଶ୍ୱଶୁର ଦୁଷ୍କର୍ମ କରିବା ପରେ ପତ୍ନୀର ସମ୍ପର୍କ ହରାଇ ବସିଥିବା ଦର୍ଶାଇ ଘରୁ ବାହାର କରି ଦେଇଛନ୍ତି ସ୍ୱାମୀ।

ତେବେ ଯାହା ସୂଚନା ମିଳିଛି ଗତ ଜୁଲାଇ ୫ ତାରିଖରେ ଦୁଷ୍କର୍ମ କରିଥିବା ନେଇ ଜଣେ ବୋହୂ ନିଜ ଶ୍ୱଶୁରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ୫୦ ବର୍ଷୀୟ ବୟସ୍କ ଶ୍ୱଶୁର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ । ଯାହା ସୂଚନା ମିଳିଛି ୨୩ ବର୍ଷୀୟ ମହିଳା ଜଣକ ପୁଣି ୭ ମାସର ଗର୍ଭବତୀ ଅଛନ୍ତି। ମହିଳା ଜଣକ କହିଛନ୍ତି, ଯେତେବେଳେ ସେ ଏନେଇ ତାଙ୍କ ସ୍ୱାମୀଙ୍କୁ ଜଣାଇଲେ କି, ତାଙ୍କ ପିତା ତାଙ୍କ ସହ ସମ୍ପର୍କ ରଖିଛନ୍ତି ବୋଲି, ମହିଳାଙ୍କ ସ୍ୱାମୀ କହିଥିଲେ କି ଏବେ ଆମେ ଏକାଠି ରହିବା ଆଉ ସମ୍ଭବ ନୁହେଁ। କାରଣ ମୁଁ ବର୍ତ୍ତମାନ ତାଙ୍କ ପିତାଙ୍କ ପତ୍ନୀ ହୋଇସାରିଛି।

ଏହାସହ ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ପତ୍ନୀ ଭାବେ ଗ୍ରହଣ ନ କରିବା ସହ ଘରୁ ବାହାର କରିଦେଇଛନ୍ତି। ସମ୍ମାନ, ଲୋକଲଜ୍ଜାକୁ ଡରି ସେ ଆଜି ପର୍ଯ୍ୟନ୍ତ ଚୁପ୍ ରହିଥିଲେ। ବାରମ୍ବାର ନିବେଦନ ସତ୍ତ୍ୱେ ତାଙ୍କର କୌଣସି ଦୋଷ ନ ଥିଲେ ବି ତାଙ୍କ ସ୍ୱାମୀ ତାଙ୍କୁ ଘରକୁ ଫେରାଇ ଆଣିବାକୁ ମନା କରିଦେଇଥିଲେ। ସେଥିପାଇଁ ଶେଷରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଏପଟେ ପୀଡିତାଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ରେକର୍ଡ କରାଯାଇଥିବା ସହିତ ଉଭୟ ଶ୍ୱଶୁର ଏବଂ ସ୍ୱାମୀକୁ ଗିରଫ କରିଛି ପୋଲିସ୍ । ଅନ୍ୟପକ୍ଷରେ ବୋହୂ ସମ୍ପତ୍ତି ଲୋଭରେ ଏସବୁ କରୁଥିବାର ପାଲଟା ଅଭିଯୋଗ କରିଛନ୍ତି ଶ୍ୱଶୂର ।

ଏପଟେ ୨୦୦୫ ଇମ୍ରାନା ମାମଲା ଅନୁସାରେ, ସେତେବେଳେ ବି ଜଣେ ୨୮ ବର୍ଷ ବୟସ୍କା ବୋହୂକୁ ଦୁଷ୍କର୍ମ କରିଥିଲେ ଶ୍ୱଶୁର। ଏହାକୁ ନେଇ ଗ୍ରାମ ପଞ୍ଚାୟତ ବସିଥିଲା। ଶ୍ୱଶୁର ବୋହୂକୁ ଦୁଷ୍କର୍ମ କରିଥିବାରୁ ସେ ଏବେ ଆଉ ବୋହୂ ନୁହଁ ପତ୍ନୀ ବୋଲି ଦର୍ଶା ଯାଇଥିଲା। ତେଣୁ ମହିଳା ଜଣକ ବିବାହ କରିଥିବା ବ୍ୟକ୍ତି ତାଙ୍କ ପୁଅ ବୋଲି ପଞ୍ଚାୟତରେ ନିଷ୍ପତ୍ତି ନିଆ ଯାଇଥିଲା। ସାମାଜିକ କୁପ୍ରଥାର ଏପରି ଆଉ ଏକ ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି।

ତେବେ ପ୍ରତିବର୍ଷ ଏସବୁ ଘଟଣା ବଢି ବଢି ଚାଲିଛି । ଯାହାଫଳରେ ନାରୀଙ୍କ ପ୍ରତି ଅସଦାଚରଣ ମାମଲା ଥମିବାର ନା ନେଉନାହିଁ। ଯୌନ ଉତ୍ପୀଡ଼ନ, ମହିଳାଙ୍କ ପ୍ରତି ଅନୁପଯୁକ୍ତ ଆଚରଣ, ମହିଳାଙ୍କୁ ଟାର୍ଗେଟ କରିବା , ତାଙ୍କୁ ଅନୁପଯୁକ୍ତ ଭାଷା କହିବା ଏବଂ ମହିଳାଙ୍କୁ ନେଇ ଥଟ୍ଟା ମଜା କରିବା ଉପରେ ଜିରୋ ବା ଶୂନ ସହନଶୀଳତା ନିୟମକୁ କଡାକଡି ଭାବେ ପାଳନ କରିବା ନିହାତୀ ଆବଶ୍ୟକ । ଆଉ ଦୁଷ୍କର୍ମ ମାମଲାରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯିବା ସହିତ କଠୋରରୁ କଠୋରରୁ ଦଣ୍ଡ ବିଧାନ କରାଗଲେ ଯାଇଁ ଏସବୁ ଘଟଣା କମିବ ନହେଲେ ଏମିତି ଘଟଣା ପ୍ରତିଦିନ ଘଟିଚାଲିଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.