Below header

ଭୋପାଳରେ ଏକ ନିଆରା ଷ୍ଟାଇଲ୍‌ରେ କ୍ରିକେଟ ମ୍ୟାଚ୍‌

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ନିଆରା ଷ୍ଟାଇଲ୍‌ରେ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ମିଳିଛି । ଯେଉଁଠାରେ ବ୍ୟାଟିଂ ବୋଲିଂ ଉଭୟ ଦଳ ଧୋତି ଏବଂ କୁର୍ତ୍ତା ପିନ୍ଧି ମ୍ୟାଚ୍ ଖେଳୁଥିଲେ । ଏଥି ସହିତ, ସମଗ୍ର ମ୍ୟାଚର କମେଣ୍ଟ୍ରି ହିନ୍ଦୀ ଏବଂ ଇଂରାଜୀ ପରିବର୍ତ୍ତେ ସଂସ୍କୃତରେ କରାଯାଇଥିଲା ।

ଭୋପାଳ: ନିଆରା ଷ୍ଟାଇଲ୍‌ରେ କ୍ରିକେଟ୍ ମ୍ୟାଚ୍। ଯାହାକୁ ଦେଖିବା ପାଇଁ ରାସ୍ତାରେ ଯାଉଥିବା ଲୋକେ ମ୍ୟାଚ୍‌ ଦେଖି ଅଟକି ଯାଉଥିଲେ। ଆପଣ ଭାବୁଥିବେ ମ୍ୟାଚ୍‌ ଦେଖିବା ପାଇଁ ଅଟକିଯିିବା ଏଥିରେ ବଡ଼ କଥା କଣ । କିନ୍ତୁ ପ୍ରକୃତରେ କ୍ରିକେଟ୍‌ ମ୍ୟାଚ୍‌ ଦେଖିବା ପାଇଁ ଲୋକେ ଅଟକି ନଥିଲେ କ୍ରିକେଟ ମ୍ୟାଚ୍‌ ଖେଳୁଥିବା ଖେଳାଳୀଙ୍କୁ ଦେଖିବା ପାଇଁ ଅଟକି ଯାଇଥିଲେ । ଆପଣ ପୁଣି ଭାବୁଥିବେ ଖେଳାଳୀଙ୍କୁ ଦେଖିବା ପାଇଁ କାହିଁକି ଅଟକିଲେ ଲୋକେ । ଖେଳାଳୀଙ୍କ ସହ ସେହି ସଂସ୍କୃତ ବାତାବରଣ ଦେଖିବା ପାଇଁ ଅଟକି ଯାଇଥିଲେ ଲୋକେ ।

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ନିଆରା ଷ୍ଟାଇଲ୍‌ରେ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ମିଳିଛି। ଯେଉଁଠାରେ ବ୍ୟାଟିଂ ବୋଲିଂ ଉଭୟ ଦଳ ଧୋତି ଏବଂ କୁର୍ତ୍ତା ପିନ୍ଧି ମ୍ୟାଚ୍ ଖେଳୁଥିଲେ । ଏଥି ସହିତ, ସମଗ୍ର ମ୍ୟାଚର କମେଣ୍ଟ୍ରି ହିନ୍ଦୀ ଏବଂ ଇଂରାଜୀ ପରିବର୍ତ୍ତେ ସଂସ୍କୃତରେ କରାଯାଇଥିଲା। ଶିବାଜୀ ନଗର ସ୍ଥିତ ଅଙ୍କୁଡ଼ କ୍ରିଡ଼ା ମୈଦାନରେ ଶୁକ୍ରବାର ଦିନ ଚାରି ଦିନିଆ ମହର୍ଷି ମୈତ୍ରୀ ପଟ କନ୍ଦୁକ କ୍ରୀଡ଼ା ଆରମ୍ଭ ହୋଇଥିଲା । ପ୍ରତିଯୋଗିତାର ଚତୁର୍ଥ ବର୍ଷର ପ୍ରଥମ ଦିନରେ ମହାଦେବ ଏକାଦଶ ମା ବୈଷ୍ଣୁ ଗୁରୁକୁଳ ସଂସ୍ଥାନ ଦଳକୁ ୧୨ ରନରେ ପରାସ୍ତ କରିଥିଲେ। ବିଜେତା ଦଳକୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ତେବେ ଧୋତି ଏବଂ ଟି-ସାର୍ଟ ପିନ୍ଧିଥିବା ବୈଦିକ ବ୍ରାହ୍ମଣମାନେ ଚୌକା ଛକା ମାରି ଲୋକଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ସଂସ୍କୃତରେ କମେଣ୍ଟ୍ରି ଶୁଣି ରାସ୍ତାରେ ଯାଉଥିବା ଲୋକମାନେ ମଧ୍ୟ ମ୍ୟାଚ୍‌ ଦେଖିବା ପାଇଁ ନିଜ କାରକୁ ଅଟକାଇଥିଲେ। ଏହି ମ୍ୟାଚ୍ ଦର୍ଶକଙ୍କୁ ବହୁତ ଉତ୍ସାହିତ କରିଥିଲା ।ଭୋପାଳ ସଂସ୍କୃତ ସଂସ୍ଥାନର ପଣ୍ଡିତ ଅଙ୍କୁର ପାଣ୍ଡେ ଏବଂ ଗୁରୁକୁଲର ପଣ୍ଡିତ ଅବନୀଶ ତ୍ରିବେଦୀଙ୍କ ସଂସ୍କୃତ ଭାଷା କମେଣ୍ଟ୍ରି ଶୁଣିବା ପରେ ଲୋକମାନେ ମ୍ୟାଚ୍ ଦେଖିବା ପାଇଁ ଗ୍ରାଉଣ୍ଡକୁ ଯିବା ଆରମ୍ଭ କରିଥିଲେ। ଏହି ପ୍ରତିଯୋଗିତାରେ ବ୍ୟାଟିଂ ଏବଂ ବୋଲିଂ ବେଳେ ବୈଦିକ ବ୍ରାହ୍ମଣମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ସଂସ୍କୃତ ବଚାଓ ମଞ୍ଚର ମୁଖ୍ୟ ତଥା ସଂଗଠକ ଚନ୍ଦ୍ରଶେଖର ତିୱାରୀ କହିଛନ୍ତି ଯେ, ଏହି ପ୍ରତିଯୋଗିତାରେ ଜିତୁଥିବା ଦଳଙ୍କୁ ପୁରସ୍କାର ଦିଆଯିବା ସହ ଅଯୋଧ୍ୟା ଶ୍ରୀ ରାମଲଲାଙ୍କ ଦର୍ଶନ ପାଇଁ ନିଆଯିବ ।

ତେବେ ପଣ୍ଡିତ ଅଙ୍କୁର ପାଣ୍ଡେ କହିଛନ୍ତି ଯେ , ସଂସ୍କୃତ ଭାଷାର ମାନ୍ୟତା ପାଇଁ ବୈଦିକ ବ୍ରାହ୍ମଣମାନଙ୍କ କ୍ରିକେଟ୍ ପ୍ରତିଯୋଗିତା ଆୟୋଜିତ ହୋଇଛି । ସଂସ୍କୃତ ହେଉଛି ଦେବ ଭାଷା, ଯେଉଁଠାରୁ ଅନ୍ୟ ଭାଷା ଉତ୍ପନ୍ନ ହୋଇଥିଲା । କିନ୍ତୁ ଦୁଃଖର ବିଷୟ ଯେ ଆଜିର ସମୟରେ ଲୋକମାନେ ସଂସ୍କୃତ ଭାଷା ଭୁଲିଯାଉଛନ୍ତି। ନୂତନ ପିଢ଼ି ଅତି କମରେ ସଂସ୍କୃତକୁ ମନେ ରଖିବା ଉଚିତ୍ । ଏଥିପାଇଁ କ୍ରିକେଟ୍ ପ୍ରତିଯୋଗିତାରେ ସଂସ୍କୃତରେ କମେଣ୍ଟ୍ରି ଦିଆଯାଇଛି । ଲୋକମାନେ ଏହା ଶୁଣି ସେମାନେ ସଂସ୍କୃତକୁ ମନେ ପକାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.