Below header

ଆଜି ଦେଶ ପାଳୁଛି ୫୨ ତମ ବିଜୟ ଦିବସ, ସହିଦଙ୍କୁ ଝୁରୁଛି ସାରା ଭାରତ

୧୯୭୧ ମସିହା ଆଜିର ଦିନରେ ପାକିସ୍ତାନକୁ ମାତ୍ ଦେଇଥିଲା ଭାରତ । ଆମ ଦେଶ ଆଜି ବିଜୟ ଲାଭ କରିଥିଲା । ସେହିଦିନଠୁ ପ୍ରତ୍ୟକ ବର୍ଷ ଡିସେମ୍ବର ୧୬ ତାରିଖ ଦିନକୁ ଭାରତ ବିଜୟ ଦିବସ ଭାବରେ ପାଳନ କରି ଆସୁଛି ।

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ବିଜୟ ଦିବସ । ଭାରତ ଆଜି ୫୨ ତମ ‘ବିଜୟ ଦିବସ’ ପାଳନ କରୁଛି । ଦେଶର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦେଶବ୍ୟାପୀ ଭାରତୀୟ ସେନା ପାଳୁଛି ବିଜୟ ଦିବସ । ସହିଦଙ୍କୁ ଝୁରୁଛି ସାରା ଦେଶ । ୧୯୭୧ ଯୁଦ୍ଧରେ ଆଜିର ଦିନରେ ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲା ଭାରତୀୟ ସେନା। ୧୯୭୧ ଡିସେମ୍ବର ୩ରେ ଭାରତର ୧୧ଟି ଏୟାରଫୋର୍ସ ଷ୍ଟେସନରେ ଏରିଅଲ ଷ୍ଟ୍ରାଇକ କରିଥିଲା ପାକିସ୍ତାନ। ପୂର୍ବ ପାକିସ୍ତାନରେ ଚାଲିଥିବା ମୁକ୍ତିଯୁଦ୍ଧରେ ସେହିଦିନ ଭାରତ ଏଣ୍ଟ୍ରି ମାରିଥିଲା। ଯୁଦ୍ଧ ୧୩ ଦିନ ଚାଲିଲା। ୯୦ ହଜାର ପାକିସ୍ତାନୀ ସୈନ୍ୟଙ୍କ ଆତ୍ମସମର୍ପଣ ସହ ଯୁଦ୍ଧ ଶେଷ ହୋଇଥିଲା। ବିଭାଜିତ ହୋଇଥିଲା ପାକିସ୍ତାନ। ସୃଷ୍ଟି ହୋଇଥିଲା ନୂଆଦେଶ ବାଂଲାଦେଶ।

ଭାରତୀୟ ଯୋଦ୍ଧାଙ୍କ ବଳିଦାନ ସ୍ୱରୂପ ବାଂଲାଦେଶ ସ୍ୱାଧୀନ ହୋଇଥିଲା । ଯାହା ଭାରତୀୟ ସେନା ପାଇଁ କୌଣସି ଉତ୍ସବଠାରୁ କମ୍ ନ ଥିଲା। ଏହି ବିଜୟ ଭାରତୀୟ ସେନାର ସାହସିକତାର ସାକ୍ଷୀ । ଯୁଦ୍ଧର ଆରମ୍ଭ ୩ ଡିସେମ୍ବର ୧୯୭୧ରେ ଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିଥିଲା। ସେହି ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ବଳିଦାନକୁ ମନେ ରଖିବା ଉଦ୍ଦେଶ୍ୟରେ ‘ବିଜୟ ଦିବସ’ ପାଳନ କରାଯାଉଛି। ଏହି ଦିନକୁ ବାଂଲାଦେଶ ମଧ୍ୟ ବିଜୟ ଦିବସ ଭାବେ ପାଳନ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.