ପୁରୀରେ 5T ଅଧକ୍ଷ୍ୟ କାର୍ତ୍ତିକ ପାଣ୍ଡିଆନ୍, ମହାପ୍ରଭୁଙ୍କୁ ଦର୍ଶନ ସହ ପରିକ୍ରମା ମାର୍ଗର କଲେ ସମୀକ୍ଷା

ପୁରୀରେ 5T ଓ ନବୀନ ଓଡିଶା ଅଧକ୍ଷ୍ୟ କାର୍ତ୍ତିକ ପାଣ୍ଡିଆନ୍ । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ମାର୍ଗ କାର୍ଯ୍ୟର ଅଗ୍ରଗତି ନେଇ କଲେ ସମୀକ୍ଷା । ଶ୍ରୀମନ୍ଦିର ଚତୁର୍ପାଶ୍ୱ ବୁଲି ପରିକ୍ରମା ପ୍ରକଳ୍ପର ନିର୍ମାଣର ଅଗ୍ରଗତି ସମ୍ପର୍କରେ ଟିକନିକ୍ ଆଲୋଚନା କରିଛନ୍ତି ।

ପୁରୀ (କେନ୍ୟୁଜ): ପୁରୀରେ 5T ଓ ନବୀନ ଓଡିଶା ଅଧକ୍ଷ୍ୟ କାର୍ତ୍ତିକ ପାଣ୍ଡିଆନ୍ । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ମାର୍ଗ କାର୍ଯ୍ୟର ଅଗ୍ରଗତି ନେଇ କଲେ ସମୀକ୍ଷା । ଶ୍ରୀମନ୍ଦିର ଚତୁର୍ପାଶ୍ୱ ବୁଲି ପରିକ୍ରମା ପ୍ରକଳ୍ପର ନିର୍ମାଣର ଅଗ୍ରଗତି ସମ୍ପର୍କରେ ଟିକନିକ୍ ଆଲୋଚନା କରିଛନ୍ତି । ଶ୍ରୀଜଗନ୍ନାଥ ବଲ୍ଲଭ କମ୍ପ୍ଲେକ୍ସଠାରୁ ଶ୍ରୀମନ୍ଦିର ଦୋଳବେଦୀ କୋଣକୁ ସଂଯୋଗ ପାଇଁ ନୂତନ ରାସ୍ତାର ଜମି ଅଧିଗ୍ରହଣ ସମ୍ପର୍କରେ ସମୀକ୍ଷା କରିବା ସହ ରାସ୍ତା ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ରାସ୍ତା ପାଇଁ ଯେଉଁ ଜମି ଅଧିଗ୍ରହଣ ହେବ ସେ ସ୍ଥାନକୁ ବୁଲି ଦେଖିଛନ୍ତି । ଏବଂ କାର୍ଯ୍ୟ ଶେଷ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଏହାପରେ ବଡଦାଣ୍ଡରେ ହେବାକୁ ଥିବା ଏସି ସେଡର ବ୍ୟବସ୍ଥାକୁ ସମୀକ୍ଷା କରିବା ପରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପୁରୀ ଜିଲ୍ଲାପାଳ,ଉପ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ରହି 5ଟି ଅଧ୍ୟକ୍ଷଙ୍କୁ ସମସ୍ତ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.