Below header

ଆଜି ଧନୁ ସଂକ୍ରାନ୍ତି : ଶ୍ରୀମନ୍ଦିରେ ଆରମ୍ଭ ହେଲା ମହାପ୍ରଭୁଙ୍କ ପହିଲି ଭୋଗ ନୀତି

ଆଜି ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ଆଜିଠୁ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ।

ପୁରୀ (କେନ୍ୟୁଜ); ଆଜି ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ଆଜିଠୁ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ। ଶ୍ରୀମନ୍ଦିରରେ ପହିଲି ଭୋଗ ନୀତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଚୂଡାନ୍ତ କରାଯାଇଛି । ପରମ୍ପରା ଅନୁଯାୟୀ ଗୋପଳ ବଲ୍ଲଭ ଅବସରରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯାଇଛି ।

ରାତିରୁ ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି କରାଯାଇଥିଲା। ଆଜିଠୁ ଏକମାସ ଧରି ମହାପ୍ରଭୁଙ୍କ ବିଶେଷ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଗୋପାଳ ବଲ୍ଳଭ ଭୋଗ ସମୟରେ ପହିଲି ଭୋଗ କରାଯାଇଥାଏ। ଏହି ସମୟରେ ମହାଲକ୍ଷ୍ମୀ ବାପ ଘରକୁ ଯାଇଥାନ୍ତି । ମହାଲକ୍ଷ୍ମୀଙ୍କ ବଦଳରେ ମହାପ୍ରଭୁଙ୍କୁ ତାଙ୍କ ମା ହାତରେ ରାନ୍ଧି ଖୁଆଇଥାନ୍ତି । ପୁଅର ଭୋକ ସମ୍ଭାଳି ନପାରି ମା ଶୀଘ୍ର ଖାଇବାକୁ ଦେଉଥିବାରୁ ଏହାକୁ ପହିଲି ଭୋଗ କୁହାଯାଏ । ଏଥିରେ ପ୍ରାୟ ୨୮ ପ୍ରକାର ଭୋଗ ଲାଗି ହୁଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.