ଜନତା ମଇଦାନରେ ଆରମ୍ଭ ହୋଇଛି ଜାତୀୟ ହସ୍ତତନ୍ତ ତୋଷାଳୀ ମେଳା, ୧୪ ଦିନ ଧରି ଉପଭୋଗ ରାଜଧାନୀବାସୀ

ଭୁବନେଶ୍ବର ଜନତା ମଇଦାନରେ ଆରମ୍ଭ ହୋଇଛି ଜାତୀୟ ହସ୍ତତନ୍ତ ମେଳା ତୋଷାଳୀ l ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ୧୪ ଦିନ ଧରି ତୋଷାଳୀ ମେଳା ଚାଲିବ l ପରିସରକୁ ପାରମ୍ପରିକ ରୂପ ଦିଆଯିବା ସହ ଥିମ୍ ପାଭିଲିଅନ୍‌କୁ ଭିନ୍ନ ତଥା ଆକର୍ଷଣୀୟ ରୂପ ଦିଆଯାଇଛି।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଜନତା ମଇଦାନରେ ଆରମ୍ଭ ହୋଇଛି ଜାତୀୟ ହସ୍ତତନ୍ତ ମେଳା ତୋଷାଳୀ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ୧୪ ଦିନ ଧରି ତୋଷାଳୀ ମେଳା ଚାଲିବ । ପରିସରକୁ ପାରମ୍ପରିକ ରୂପ ଦିଆଯିବା ସହ ଥିମ୍ ପାଭିଲିଅନ୍‌କୁ ଭିନ୍ନ ତଥା ଆକର୍ଷଣୀୟ ରୂପ ଦିଆଯାଇଛି। ଏଥିରେ ଦେଶର କୋଣ ଅନୁକୋଣର ୫୫୦ ଜଣ କାରିଗର ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମକୁ ମନ୍ତ୍ରୀ ରିତା ସାହୁ ଉଦଘାଟନ କରିଛନ୍ତି ।

ପ୍ରତ୍ୟେକ ଦିନ ଅପରାହ୍ନ ସାଢ଼େ ୨ଟାରୁ ରାତି ସାଢ଼େ ୯ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ମେଳାରେ ସମସ୍ତ ପ୍ରକାର ଜିନିଷ ଉପଲବ୍ଧ ହେଉଥିବା ବେଳେ ବିଶେଷ କରି ହାତ ତିଆରି ଘରକରଣା ଓ ପଟଚିତ୍ର ଲୋକଂକ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି।  ଦଶ ଟଙ୍କାରୁ ଆରମ୍ଭ କରି ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ଜିନିଷ ଏଠାରେ ମିଳୁଛି ।  ମେଳା ସହ ଶୀତୁଆ ସନ୍ଧ୍ୟାରେ ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାଜଧାନୀବାସୀ ମନଭରି ଉପଭୋଗ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.