Below header

ଚାଷୀଙ୍କୁ ଅଭିନବ ସମ୍ମାନ, ଶଗଡରେ ବସାଇ ଅବସରକାଳୀନ ସମ୍ବର୍ଦ୍ଧନା ଦେଲେ ଗ୍ରାମବାସୀ

କଥାରେ ଅଛି ‘ଚାଷ କାମ ଯାହାର କି ଆନନ୍ଦ ତାହାର ଚାଷୀ ଭାଇ ଯୋଗାଉଛି ଦିନିଆକୁ ଆହାର’ । ଏହା କେବଳ ଏକ ଉକ୍ତି ନୁହେଁ ବରଂ  ଏହା ଏକ ଅକାଟ୍ୟ ସତ କଥାଟିଏ । ଆଜିର  ସମାଜରେ ଶିକ୍ଷିତ ବ୍ୟକ୍ତିଟିଏ  ଯଦି ଚାକିର  କରିଥାଏ ତେବେ ତାହାର  ଚାକିରିର  ଗୋଟିଏ  ସମୟସୀମା  ରହିଥାଏ । ଆଉ ସମୟସୀମା ସରିବା ପରେ  ଅବସର ନେବାକୁ ପଡେ। ଜୀବନ ବ୍ୟାପି ସଂସ୍ଥାର ଉନ୍ନତି ପାଇଁ କାମ କରିଥିବା କର୍ମଚାରୀ ଜଣକୁ ଅବସର ବେଳେ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଦିଆଯାଏ। ହେଲେ ଚାଷୀ ଟିଏ ପାଇଁ ଏସବୁ ବିପରୀତ। ଦେହରେ ବଳ ଥିବା ପର୍ଯ୍ୟନ୍ତ ଚାଷ କାମ କରି ନିଜ ପରିବାର ପେଟ ପୋଷୁଥିବା ବେଳେ ଦୁନିଆର ମଧ୍ୟ ପେଟ ପୋଷିଥାଏ ଚାଷୀ। କିନ୍ତୁ ମହାରାଷ୍ଟ୍ରର  ଭଣ୍ଡାରା ଜିଲ୍ଲାରେ ଚାଷୀଙ୍କୁ ଏଭଳି  ସମ୍ମାନିତ କରାଯାଇଛି  ଯାହାକୁ ଶିଣିଲେ ସମସ୍ତଙ୍କ ମନ ଖୁସି ହୋଇଯିବ।

Image result for farmer retirement ceremony in maharashtra

ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲା ମୋହଗାଁର ଗଜାନନ କାଲେ ପ୍ରାୟ ୫୮ରୁ ୬୦ ବର୍ଷ  ପର୍ଯ୍ୟନ୍ତ ଚାଷ କାମ କରି ଦୁନିଆର ପ୍ରତ୍ୟେକ ଲୋକଙ୍କ ପେଟକୁ ଦାନା ଯୋଗାଇ ଆସିଥିଲେ । କିନ୍ତୁ ସେହି ଗାଁର ଗ୍ରମବାସୀ  ଓ ମୁଖିଆ  କାଲେଙ୍କ ଜୀବନବ୍ୟାପି ପରିଶ୍ରମ ପାଇଁ ବିଦାୟୀ କାଳୀନ ସମ୍ବର୍ଦ୍ଧନାର ଆୟୋଜନ କରିଥିଲେ। ଯେଉଁଥିରେ ଗଜାନନଙ୍କୁ ଅବସରକାଳୀନ  ସମ୍ବର୍ନ୍ଧନା ଦିଆଯାଇଥିଲା । ଗ୍ରାମର ମୁଖିଆଙ୍କ ସମେତ ଗ୍ରାମବାସୀମାନେ ଗଜାନନ ଚାଷ କରୁଥିବା ଜମିରେ ଏହି ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଜାନନଙ୍କ ପରିବାର ସହିତ ଗ୍ରାମର ଆଉ ୧୦ କୃଷକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ଏହା ପରେ ଗଜାନନଙ୍କ ସହ ସମସ୍ତ ୧୦ କୃଷକଙ୍କୁ  ଶଗଡରେ ବସାଯାଇ ଶୋଭାଯାତ୍ରାରେ ବାହାର କରାଯାଇଥିଲା ।

Image result for farmer retirement ceremony in maharashtraଗଜାନନଙ୍କ ଭାଇ ଯଶବନ୍ତଙ୍କ କହିବା କଥା ହେଲା ସେମାନେ ଯୌଥ ପରିବାରରେ ବାସ କରନ୍ତି। ଯେଉଁଥିରେ ଛୋଟ ବଡ ମିଶି ୧୯ ଜଣ ସଦସ୍ୟ ରହିଛନ୍ତି । ଭାଇଙ୍କ ଭାଗରେ କେବଳ ୨୫ ଏକର ଜମି ରହିଛି। ଯାହାକୁ ଚାଷ କରି ଭାଇ ପରିବାର ପ୍ରତିପୋଷଣ କରନ୍ତି। ବୟସ ବଢିବା  କରାଣରୁ ଆମେ କ୍ଷେତ କାମରୁ  ଭାଇଙ୍କୁ ମୁକ୍ତି ଦେବା  ପାଇଁ  ଏହି ନିଷ୍ପତ୍ତି ନେଇଥିଲୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.