ବିହାରରେ ଲାଗୁ ହେବ ନାହିଁ ଜାତୀୟ ନାଗରିକ ପଞ୍ଜିକୃତ ଆଇନ ବା ଏନଆରସି, ସ୍ପଷ୍ଟ କଲେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର

କେନ୍ୟୁଜ୍(ବ୍ୟୁରୋ): ଶାସକ ଏନଡିଏ ମେଣ୍ଟକୁ ଧକ୍କା । ବିହାରରେ ଲାଗୁ ହେବ ନାହିଁ ଜାତୀୟ ନାଗରିକ ପଞ୍ଜିକୃତ ଆଇନ ବା ଏନଆରସି । ଏହା ସ୍ପଷ୍ଟ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର । ବିହାରରେ ଏନଆରସି ଲାଗୁ ହେବ କି ବୋଲି ସାମ୍ବାଦିକ କରିଥିବା ପ୍ରଶ୍ୱର ସିଧା ଜବାବ ରଖିଥିଲେ ବିହାର ସିଏମ । ସିଧାସଖଳ ଉତ୍ତର ଦେଇଥିଲେ ନୀତିଶ, ବିହାରରେ କାହିଁକି ଏନଆରସି ଲାଗୁ ହେବ ବୋଲି ଓଲଟା ପ୍ରଶ୍ନ କରିଥିଲେ । ଏନଡିଏ ଶାସିତ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନିତୀଶ ଏନଆରସି ଲାଗୁ ହେବ ନାହିଁ ବୋଲି ସ୍ୱଷ୍ଟ କରିଛନ୍ତି । ପୂର୍ବରୁ ନାଗରିକତା ସଂଶୋଧିନ ଆଇନକୁ ନିତୀଶ ସମର୍ଥନ କରିଥିଲେ । ପୂର୍ବରୁ ନାଗରିକତା ସଂଶୋଧିନ ଆଇନକୁ ବିଜେଡି ସମର୍ଥନ କରିିଥିଲା । ଏହା ପରେ ପରେ ବିଭିନ୍ନ ଜିଲ୍ଲାର ମୁସଲିମ୍‌ ନେତା ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ସେତେବେଳେ ନବୀନ ପ୍ରତିଶ୍ରୁତି ଦେଇଥିଲେ ଏନଆରସିକୁ ବିଜେଡି ସମର୍ଥନ କରିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.