ଘୋଡ଼ାଟି ଛୋଟ ପିଲା ସହ କଲା ଏପରି ଯାହା ଦେଖିବା ପରେ ଆପଣ ବି କହିବେ Aww, ଦେଖନ୍ତୁ ଭିଡିଓ 

ଘୋଡା ଏବଂ କୁକୁର, କୁହାଯାଏ ଏହି ଦୁଇ ପଶୁ ମଣିଷର ସବୁଠାରୁ ଭଲ ବନ୍ଧୁ ହୋଇଥାନ୍ତି । ଏପରି ସ୍ଥଳେ କୁକୁରକୁ ନେଇ ତ ଆପଣ ଅନେକ ଘଟଣା ଦେଖିଥିବେ ନଚେତ ଶୁଣିଥିବେ କିନ୍ତୁ ଘୋଡ଼ାକୁ ନେଇ ଏପରି ଘଟଣା ଆପଣ ବହୁତ କମ ଦେଖିଥିବେ । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଘୋଡାଟି ଏକ ଛୋଟପିଲା ସହ ଖେଳୁଛି । ସେ ନିଜ ନାକରେ ପିଲାର ଦୋଳିକୁ ଝୁଲାଉଥିବା ଦେଖିବାକୁ ମିଳିଛି । ଏପରିକି ପିଲାଟି ଘୋଡ଼ାକୁ ଦେଖି ଟିକିଏ ବି ଡ଼ରୁ ନାହିଁ ।

ଏହାସହ ପଢନ୍ତୁ ଆଶ୍ଚର୍ଯ୍ୟ, ଶୋଇକି ଉଠିଲେ ଯୁବତୀ ତ ଜଣାପଡିଲା ଗର୍ଭବତୀ ୪୫ ମିନିଟ ମଧ୍ୟରେ ଜନ୍ମ ହେଲା ପିଲା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଭିଡିଓରେ ଆପଣ ଦେଖି ପାରୁଥିବେ ଯେ ଘୋଡ଼ାଟି ନିଜ ମୁଂହ ଦ୍ୱାରା ପିଲାଟିର ଦୋଳିକୁ ଝୁଲାଉଛି ଏବଂ ପିଲାଟି ମଧ୍ୟ ଏହାର ମଜା ନେଉଅଛି । ସୁଶାନ୍ତ ନନ୍ଦ ନାମକ ଜଣେ ବ୍ୟକ୍ତି ନିଜର ଟୁଇଟର ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରିଥିଲେ । ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ଦେଖିସାରିଛନ୍ତି । ଯଦିଓ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ଯେ ଭିଡ଼ିଓଟି  କେଉଁ ସ୍ଥାନର ଏବଂ କାହାର ? କିନ୍ତୁ ଏହା ବହୁତ କ୍ୟୁଟ ଅଟେ ।

Leave A Reply

Your email address will not be published.