Below header

ଦେହରେ ଆତ୍ମଘାତୀ ଲଗାଇ ମୋଦିଙ୍କୁ ଧମକ ଦେଉଛନ୍ତି ପାକିସ୍ତାନୀ ଗାୟିକା, ଏମିତି ଟ୍ରୋଲ୍‌ କଲେ ୟୁଜର

ପାକିସ୍ତାନ ଗାୟିକା ରାବୀ ପୀରଜାଦା ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏକ ଭିନ୍ନ ଢଙ୍ଗରେ ଧମକ ଦେଉଥିବା ଦେଖିବାକୁ ମିଳିଛି। ଏହି ପାକିସ୍ତାନୀ ଗାୟିକା ଜଣକ ନିଜ ଦେହରେ ବୋମା ଲଗାଇ ମୋଦିଙ୍କୁ ଧମକ ଦେଉଥିବା ନଜର ଆସିଛି। ରାବୀ ଟ୍ଵିଟ୍‌ କରି ମୋଦୀଙ୍କ ତୁଳନା ଆଡଲଫ ହିଟଲରଙ୍କ ସହ କରିଛନ୍ତି। ଟ୍ଵିଟ୍‌ରେ ସେ ନିଜ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋରେ ସେ ଏକ ଆତ୍ମଘାତୀ ବୋମାରେ ଭର୍ତ୍ତି ହୋଇଥିବା ଜ୍ୟାକେଟ୍‌ ପିନ୍ଧିଛନ୍ତି।

ଅଣ୍ଟାରେ ହାତ ଦେଇ ଏହି ଗାୟିକା ଜଣକ ଟ୍ଵିଟରରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି  “#ModiHitler i just wish huh #kashmirkibeti”। ରାବୀଙ୍କ ଏହି ଟ୍ଵିଟ୍‌ ପରେ ସେ ଅନ୍ୟ ୟୁଜରଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି ଆପଣ ପାରମ୍ପରିକ ପୋଷାକରେ ଖୁବ୍‌ ସୁନ୍ଦର ଲାଗୁଛନ୍ତି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏହି ଡ୍ରେସ୍‌କୁ ପାରମ୍ପରିକ ଡ୍ରେସ୍‌ ଘୋଷଣା କରିଦେବା ଉଚିତ୍‌।

ଏହାସହ ପଢ଼ନ୍ତୁ:  ଚାପୁଡ଼ାର ପ୍ରତିଶୋଧ ନେବାକୁ ଯାଇ ଛାତ୍ର ଭିଆଇଲେ ଏଭଳି କାଣ୍ଡ ଯାହା ଆପଣଙ୍କୁ କରିଦେବ ସ୍ତବ୍ଧ, ଦେଖନ୍ତୁ ଭିଡିଓ

ତେବେ ପୂର୍ବରୁ ମଧ୍ୟ ଏହି ପାକିସ୍ତାନୀ ଗାୟିକା ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ। ସେପ୍ଟେମ୍ବର ୭ ତାରିଖରେ ରାବୀ ଏକ ଭିଡିଓ ପୋଷ୍ଟ କରିଥିଲେ। ସେଥିରେ ତାଙ୍କୁ ସାପ, ଅଜଗର ଓ କୁମ୍ଭୀର ସହ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.