ମୋଦି ସରକାରଙ୍କ ବଡ ଘୋଷଣା,  ଏବେ ଯେ କେହିବି ଖୋଲିପାରିବେ ପ୍ରେଟ୍ରୋଲ ପମ୍ପ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲିୟମ  ସାମଗ୍ରୀର  ଖୁଚୁରା ବ୍ୟବସାୟ ଅଣ ପ୍ରେଟ୍ରୋଲିୟମ କମ୍ପାନୀ ଗୁଡିକ ପାଇଁ ମୁକ୍ତ କରିଦେଇଛନ୍ତି । ଏବେ ଏହି କମ୍ପାନୀମାନେ ପେଟ୍ରୋଲ ପମ୍ପ ଖୋଲିପାରିବେ ଯେଉଁଠି ପ୍ରେଟ୍ରୋଲ ପମ୍ପ ନଥିବ। କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ  ଏହି ନିଷ୍ପତ୍ତି ନିଆଯାଇଛି। କୁହାଯାଉଛି ଯେ ସରକାରଙ୍କ ଏହି  ତୈଳ ଖୁଚୁରା କାରବାର ତୈଳ କମ୍ପାନୀମାନଙ୍କ ସହ  ପ୍ରତିଦ୍ବନ୍ଦିତା କରିବାରେ  ସହାୟକ  ହେବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ବୁଧବାର ଦିନ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ପେଟ୍ରୋଲିୟମ ପଦାର୍ଥର ଖୂଚୁରା କାରବାରକୁ ପେଟ୍ରୋଲିୟମ ସେକ୍ଟରର  ବାହାର କମ୍ପାନୀମାନେ ଖୋଲିବା ଦ୍ବାରା ନିବେଶ ଓ ପ୍ରତିଦ୍ବନ୍ଦିତା ବଢିବ।

ବର୍ତ୍ତମାନ ଦେଶରେ ତୈଳ ଖୁଚୁରା ବ୍ୟବସାୟ ଲାଇସେନ୍ସ କାଢିବା ପାଇଁ  କୌଣସି କମ୍ପାନୀକୁ ହାଇଡ୍ରୋକାର୍ବନ ସନ୍ଧାନ, ଉତ୍ପାଦନ, ରିଫାଇନିଂ, ପାଇପଲାଇନ ଅଞ୍ଚଳ କିମ୍ବା  ତରଳୀକୃତ ଗ୍ୟାସ ଟର୍ମିନାଲ (ଏଲ,ଏନ,ଜି)ରେ ୨,୦୦୦ କୋଟି ଟଙ୍କା ନିବେଶ କରିବାକୁ ଆବଶ୍ୟକ ହୋଇଥାଏ  । ଜାଭେଦକର କହିଛନ୍ତି ମନ୍ତ୍ରୀମଣ୍ଡଳର ଆର୍ଥିକ ମାମଲାର ସମିତି (ସିସିଇଏ) ଯାନବାହାନ ତୈଳ ବିପଣନର ଅଧିକାର ଦେବା ସମ୍ବନ୍ଧିତ ଦିଶା ନିର୍ଦ୍ଦେଶକୁ ସମୀକ୍ଷାର ମଞ୍ଜୁରୀ ଦେଇଛନ୍ତି।

ପେଟ୍ରୋଲ ପମ୍ପ ଖୋଲିବାପାଇଁ କଣ ଅଛି ସର୍ତ୍ତ

ଯେଉଁ କମ୍ପାନୀ ବ୍ୟବସାୟ ୨୫୦ କୋଟି ଟଙ୍କା  ହୋଇପାରିବ, ତୈଳର ଖୁଚୁରା ବ୍ୟବସାୟରେ ଆଗକୁ ଆସିପାରିବ  ସେମାନଙ୍କ ପାଇଁ ଏହି ସର୍ତ୍ତ ଅଛି ଯେ  ଅତିକମରେ ୫ ପ୍ରତିଶତ ପେଟ୍ରୋଲ ପମ୍ପ ଗ୍ରାମୀଣ ଅଞ୍ଚଳରେ ଖୋଲାଯିବ। ଦେଶରେ ବର୍ତ୍ତମାନ ପାଖାପାଖି ୬୫,୦୦୦ ପେଟ୍ରୋଲ ପମ୍ପ ପରିଚାଳନା କରାଯାଉଛି। ଏମାନଙ୍କ ମଧ୍ୟରୁ ଅଧିକତମ  କମ୍ପାନୀ ସାର୍ବଜନୀକ କ୍ଷେତ୍ରର ପେଟ୍ରୋଲିୟମ କମ୍ପାନୀମାନେ ଯଥାକ୍ରମେ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇ,ଓ,ସି,ଏଲ), ଭାରତ ପେଟ୍ରୋଲିୟମ କର୍ପୋରେସନ(ବି,ପି.ସି,ଏଲ)ଓ  ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (ଏଚ,ପି,ସି,ଏଲ)ଅଛନ୍ତି।

ଏହି ବଜାରରେ ନିଜ ଅଞ୍ଚଳର କମ୍ପାନୀମାନେ ରିଲାୟେନ୍ସ ଇଣ୍ଡଷ୍ଟ୍ରୀ, ନାୟରା ଏନର୍ଜି, ଓ ରୟାଲ ଡଚ ସେଲ ମଧ୍ୟ ସାମିଲ ଅଛି। କିନ୍ତୁ ଏମାନଙ୍କର ସଂଖ୍ୟା ସୀମିତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.