ଆଶ୍ଚର୍ଯ୍ୟ, ଶୋଇକି ଉଠିଲେ ଯୁବତୀ ତ ଜଣାପଡିଲା ଗର୍ଭବତୀ ୪୫ ମିନିଟ ମଧ୍ୟରେ ଜନ୍ମ ହେଲା ପିଲା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଗର୍ଭାବସ୍ଥା ସମୟରେ ଆପଣ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିଥିବେ ଅଥବା ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ପୂର୍ବରୁ କେବେବି ଶୁଣିନଥିବେ। ଏହି ମାମଲା ୟୁକେରେ ରହୁଥିବା ଜଣେ ୧୯ ବର୍ଷୀୟା ଯୁବତୀଙ୍କର ଅଟେ। ଥରେ ସେ ଶୋଇକି ଉଠିବା ପରେ ଅଚାନକ ତାଙ୍କର ବେବି ବମ୍ପ ବାହାରି ଆସିଲା ଏବଂ ମାତ୍ର ୪୫ ମିନିଟ ମଧ୍ୟରେ ହିଁ ତାଙ୍କର ପିଲା ଜନ୍ମ ହୋଇଗଲା । ତାହେଲେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।
ଏହାସହ ପଢନ୍ତୁ ଝିଅଟିର ପେଟ ଭିତରେ ହେଉଥିଲା ଭୟଙ୍କର ଯନ୍ତ୍ରଣା, ସିଟି ସ୍କାନରୁ ଜଣା ପଡିଲା ଚା ପିଇବା ଦ୍ୱାରା ପେଟ ଭିତରେ ହୋଇଛି କିଛି ଏପରି
ୟୁକେରେ ବାସ କରୁଥିବା ଏମ୍ମାଲୋଇସ ଲେଗେଟ ନାମକ ଜଣେ ଯୁବତୀ ହଠାତ ଦିନେ ସକାଳୁ ଉଠିବା ପରେ ଦେଖିଲେ ଯେ ତାଙ୍କ ପେଟ ବାହାରିପଡିଛି । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଏହି ବିଷୟରେ ସେ ତାଙ୍କ ମା ଓ ଜେଜେମାଙ୍କୁ ଜଣାଇଲେ । ଜେଜେମା ଏହା ଦେଖିବା ପରେ ସେ ଗର୍ଭବତୀ ଅଛନ୍ତି ବୋଲି କହିଥିଲେ ଏବଂ ଲେଗେଟଙ୍କୁ ତାଙ୍କ ଘରଲୋକେ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିଲେ । ତେବେ ଅଧା ରାସ୍ତାରେ କାର ଭିତରେ ହିଁ ଲେଗେଟ ଏକ ପିଲା ଜନ୍ମ ଦେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏହା ଯେ ଏହି ସମସ୍ତ ଘଟଣା ମାତ୍ର ୪୫ ମିନିଟ ଭିତରେ ହିଁ ଘଟିଯାଇଥିଲା । ଏହି ସବୁ ଏତେ ଶୀଘ୍ର ଘଟିଯାଇଥିଲା ଯେ ଲେଗେଟ ଏହାକୁ ବିଶ୍ୱାସ କରି ପାରୁନଥିଲେ ।
ସୂଚନା ଅନୁଯାୟୀ କିଛି ମାସ ହେବ ଲେଗେଟଙ୍କର ମାସିକ ଋତୁସ୍ରାବ ବନ୍ଦ ହୋଇଯାଇଥିଲା କିନ୍ତୁ ସେ ଭାବୁଥିଲେ ଯେ କଣ୍ଟ୍ରୋସେପ୍ଟିଭ ପିଲସ ନେବା କାରଣରୁ ତାଙ୍କର ମାସିକ ଋତୁସ୍ରାବ ବନ୍ଦ ହୋଇଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ ଗର୍ଭାବସ୍ଥା ସମୟରେ ଲେଗେଟଙ୍କୁ ଏପରି କିଛି ବି ଲକ୍ଷଣ ଦେଖାଯାଇନଥିଲା ଯାହାଦ୍ୱାରା ତାଙ୍କୁ ଲାଗିବ ସେ ଗର୍ଭବତୀ ଅଛନ୍ତି ବୋଲି । ସେଥିପାଇଁ ଲେଗେଟ କେବେବି ପ୍ରେଗ୍ନେନ୍ସି ଟେଷ୍ଟ କରାଇ ନଥିଲେ ।
ଡାକ୍ତରଙ୍କ କହିବା ଅନୁଯାୟୀ ଲେଗେଟଙ୍କ ବେବି ବମ୍ପ ଏଥିପାଇଁ ବାହାରକୁ ଆସୁନଥିଲା କାରଣ ବେବି ଲୋୟର ବ୍ୟାକରେ ବଢ଼ୁଥିଲା । ଯଦିଓ ଡାକ୍ତରମାନେ ଏହାକୁ ବହୁତ ସାଧାରଣ ବୋଲି କହିଥିଲେ କିନ୍ତୁ ସମସ୍ତକୁ ଏହି ଘଟଣା ଆଶ୍ଚର୍ଯ୍ୟ କରିଦେଇଥିଲା ।