ରଣବୀର ଓ ଆଲିଆଙ୍କ ବିବାହ କାର୍ଡ ସମ୍ପର୍କରେ ମତ ରଖିଲେ ମା’, କହିଲେ ଏମିତି…

ବଲିଉଡ୍‌ରେ ଏଇ କିଛିଦିନ ହେବ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଫ୍ୟାନ୍‌ମାନେ ମଧ୍ୟ ଉଭୟଙ୍କ ବିବାହକୁ ଚାହିଁ ବସିଛନ୍ତି। ନିକଟରେ ଆଲିଆ ଭଟ୍ଟ ଓ ରଣବୀରଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି କାର୍ଡ ମୁତାବକ ଆଲିଆ ଏବଂ ରଣବୀରଙ୍କ ବିବାହ ଆସନ୍ତାବର୍ଷ ଜାନୁଆରୀ ୨୨ରେ ହେବ। ତେବେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଆଲିଆଙ୍କ ମା’ ସୋନି ରାଜଦାନ ନିଜ ରିଆକ୍ସନ୍‌ ଦେଇଛନ୍ତି।

ସୋନି ରାଜଦାନ୍‌ ଏ ସମ୍ପର୍କରେ ନିଜ ମତ ଦେଇ କହିଛନ୍ତି କାର୍ଡଟି ନକଲି ଓ ଆଲିଆ ଏବଂ ରଣବୀରଙ୍କ ବିବାହ କଥା ସମ୍ପୂର୍ଣ୍ଣ କପୋଳକଳ୍ପିତ। ତେଣୁ ଏଭଳି ଖବରକୁ ଅଧିକ ପ୍ରସାରଣ ନ କରିବାକୁ ସେ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି। ସେହିପରି ଆଲିଆଙ୍କ କକା ମୁକେଶ ଭଟ୍ଟଙ୍କୁ ଏ ବିଷୟରେ ପଚାରିବାରୁ ସେ କୁହନ୍ତି ଆଲିଆ ଏବେ ସଡ଼କ ୨ର ସୁଟିଂ ପାଇଁ ଉଟିରେ ବ୍ୟସ୍ତ ଅଛନ୍ତି। ମୋ ପାଖକୁ ସାରା ଦେଶରୁ ସତ କଥା ଜାଣିବାକୁ କଲ୍‌ ଆସୁଛି।

ଏହାସହ ପଢ଼ନ୍ତୁ: ନିଜ ଫିଟ୍‌ନେସ୍‌ର ରାଜ୍‌ ସେୟାର କଲେ ଅନୁଷ୍କା, କହିଲେ ଏମିତି…

 

View this post on Instagram

 

Good morning ❤ #aliabhatt

A post shared by Viral Bhayani (@viralbhayani) on

ତେବେ ଏ ବାବଦରେ ଆଲିଆ ଭଟ୍ଟଙ୍କୁ ପଚାରିବାରୁ ସେ ଲାଜେଇ ଯାଇ ମଜାଳିଆ ଜବାବ ଦେଇଥିଲେ। ରଣବୀରଙ୍କ ସହ ଆଲିଆଙ୍କ ବିବାହ କାର୍ଡ କଥା ପଚାରିବାରୁ ଆଲିଆ କହିଥିଲେ ‘‘କ୍ୟା ବତାଉଁ’’। ଆଲିଆଙ୍କ ଲାଜକୁଳା ହସ ଦେଖି ଫଟୋଗ୍ରାଫର ମଧ୍ୟ ହସିଦେଇଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ରଣବୀର ଓ ଆଲିଆଙ୍କ ବିବାହ ହେଉଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଆଲିଆ ବରମାଳା ପିନ୍ଧାଉଥିବା ଦେଖିବାକୁ ମିଳିଥିଲା। ତେବେ ଏହା ଏକ ବିଜ୍ଞାପନର ସୁଟିଂ ବୋଲି ପରେ ଜଣାପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.