Below header

କରୋନା ରୋଗୀ ଯିବାର ୨-୩ ଘଣ୍ଟା ପର ଯାଏଁ ମଧ୍ୟ ପବନରେ ରହିଥାଏ ଭାଇରସ, ଚେତାବନୀ ଦେଲା ୩ ସେଣ୍ଟ୍ରାଲ ଲ୍ୟାବ୍

କରୋନା ଭାଇରସ ସଂକ୍ରମଣକୁ ନେଇ ଭାରତରେ ଲଗାତାର କେନ୍ଦ୍ରୀୟ ଲ୍ୟାବ୍ ରିସର୍ଚ୍ଚ ଜାରି ରଖିଛି ଓ ଏହି ସଂସ୍ଥା ବହୁ ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ ମଧ୍ୟ ଜାରି କରୁଛି। ଏଭଳି ଆଉ ଏକ ଖୁଲାସା ହୋଇଛି ତିନି କେନ୍ଦ୍ରୀୟ ଲ୍ୟାବର ଜଏଣ୍ଟ ପ୍ରୋଟୋକଲ ରିସର୍ଚ୍ଚରେ। ଚଣ୍ଡୀଗଡ଼ର ଇନଷ୍ଟିଚ୍ୟୁଟ ଅଫ ମାଇକ୍ରୋବିୟଲ ଟେକ୍ନୋଲୋଜି(IMTECH)ସେଣ୍ଟ୍ରାଲ ଇନ୍ସଟ୍ୟୁମେଟେସନ ସାଇଣ୍ଟିଫିକ ଅର୍ଗାନାଇଜେସନ (CSIO) ଓ ହାଇଦ୍ରାବାଦର CCMB ଓ CSIR ର ଜଏଣ୍ଟ ପ୍ରୋଟୋକଲ ରିସର୍ଚ୍ଚ ଆଧାରରେ CSIR ସାରା ଦେଶରେ ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନରେ କରୋନା ସଂକ୍ରମଣ ରୋକିବାର ଉପାୟ କୁହାଯାଇଛି।

ରିସର୍ଚ୍ଚ ମୁତାବକ, କରୋନା ଭାଇରସ ସଂକ୍ରମିତ ଯେ କୌଣସି ସ୍ଥାନରେ ଅଳ୍ପ ସମୟ ପାଇଁ ବି ଅଟକିବ ଓ ଏହି ସମୟରେ ଯଦି ସେ ଛିଙ୍କେ, କାଶେ କିମ୍ବା କାହା ସହ କଥା ହୁଏ, ତେବେ ସେ ସେଠାରୁ ଯିବା ପରେ ୨ ରୁ ୩ ଘଣ୍ଟା ଯାଏଁ ପବନରେ କରୋନା ଭାଇରସର ପ୍ରଭାବ ରହିଥାଏ।

ଏହି ରିସର୍ଚ୍ଚ ପରେ ଏବେ ବିଶେଷଜ୍ଞମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ଏଣୁ ଲୋକଙ୍କୁ ଦୁଇଟି ଲେଖାଏଁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି। ଆଶା କରାଯାଉଛି ଏଭଳି କରିବା ଦ୍ୱାରା ସଂକ୍ରମଣର ମାତ୍ରାକୁ କିଛିଟା କମାଇ ହେବ। ତେବେ ବର୍ତ୍ତମାନ ଲୋକଙ୍କୁ ଆହୁରି ଅଧିକ ସଚେତନ ରହିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.