Below header

ଖୋଲିଲା ଇଭିଏମ୍‌ ପେଡ଼ି, ଆରମ୍ଭ ହୋଇଯାଇଛି ଭୋଟ୍‌ ଗଣତି

କେନ୍ୟୁଜ୍ : ଜନାଦେଶର ଦିନ । କିଏ ମାରିବ ବାଜି । କେଉଁ ରାଜ୍ୟରେ କିଏ ଗଢ଼ିବ ସରକାର ? ୫ଟି ରାଜ୍ୟରେ ଆଜି ସ୍ପଷ୍ଟ ହୋଇଯିବ ଚିତ୍ର । ଖୋଲିଲା ଇଭିଏମ୍‌ ପେଡ଼ି । ଆରମ୍ଭ ହୋଇଛି ଭୋଟ୍‌ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯାଉଛି । ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ୍‌ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ଆଜିର ଫଳାଫଳ ଉପରେ ସାରା ଦେଶର ନଜର ରହିଛି । କାରଣ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଭୋଟ୍‌ ବେଶ ଗୁରୁତ୍ୱ ରଖୁଛି । କେନ୍ଦ୍ରରେ ବିଜେପି ସରକାର ପାଇଁ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ଏକ ଚ୍ୟାଲେଞ୍ଜ । ବିଭିନ୍ନ ସଂସ୍ଥାର ଏକଜିଟ୍‌ ପୋଲ୍‌ ଦେଇଥିବା ତଥ୍ୟ ଅନୁସାରେ ରାଜସ୍ଥାନରେ କଂଗ୍ରେସ କ୍ଷମତାକୁ ଫେରିବ । ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ସହ ବିଜେପିର କଡ଼ା ମୁକାବିଲା ହୋଇଛି । ଏହି ଦୁଇ ରାଜ୍ୟରେ ଝୁଲା ସରକାର ସମ୍ଭାବନା ଥିବା କହିଛି ଏକଜିଟ୍‌ ପୋଲ୍‌ । ସେହିପରି ତେଲେଙ୍ଗାନାରେ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଟିଆର୍‌ଏସ୍‌ କ୍ଷମତା ବଜାୟ ରଖିବ । ମିଜୋରାମରେ ଆଞ୍ଚଳିକ ଦଳର କଂଗ୍ରେସ ସହ ଫାଇଟ୍‌ ହୋଇଥିବା ଏକଜିଟ୍‌ ପୋଲ୍‌ରୁ ଜଣା ପଡ଼ିଥିଲା । ଆଜି ସନ୍ଧ୍ୟା ସୁଦ୍ଧା ଆସିଯିବ ଏକଜାଟ୍‌ ରେଜଲ୍ଟ । ସ୍ପଷ୍ଟ ହୋଇଯିବ କେଉଁ ରାଜ୍ୟରେ କିଏ ସରକାର ଗଢ଼ିବ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.