Below header

ଆପଣଙ୍କ ମିଳିଛି ଭାରତର ଜାତୀୟ ପ୍ରଜାପତି ଚୟନର ସୁଯୋଗ, ଏମିତି କରନ୍ତୁ ଭୋଟ

ପୂର୍ବରୁ ଭାରତର ଜାତୀୟ ପକ୍ଷୀ, ଜାତୀୟ ପଶୁ, ଜାତୀୟ ଫୁଲ ଆଦି ଚୟନ ହୋଇଯାଇଥିବା ବେଳେ ଏବେ ଜାତୀୟ ପ୍ରଜାପତି ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପ୍ରକ୍ରିୟାରେ ସାଧାରଣ ଜନତାଙ୍କ ମତାମତ ପାଇଁ ଏକ ଭୋଟିଂଗ ବ୍ୟବସ୍ଥା ମଧ୍ୟ ଜାରି କରାଯାଇଛି । ଏମିତି ହୁଏତ ପ୍ରଥମ ଥର ପାଇଁ ହୋଇଛି, ଏକ ଜାତୀୟ ପ୍ରତୀକ ଚୟନ ପ୍ରକ୍ରିୟାରେ ଦେଶର ସାଧାରଣ ଜନତାଙ୍କ ମତଦାନକୁ ଲୋଡ଼ା କରାଯାଇଛି  ।ଆସନ୍ତା ଅକ୍ଟୋବର ୮ ତାରିଖ ଯାଏଁ ଅନଲାଇନ ମାଧ୍ୟମରେ ଭୋଟିଂଗ କରି ଲୋକେ ନିଜ ପସନ୍ଦର ପ୍ରଜାପତି ଚୟନ କରିପାରିବେ । ଏଥିପାଇଁ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ସ୍ୱତନ୍ତ୍ର ୱେବସାଇଟ tiny.cc /nationalbutterflypollକୁ ଯିବାକୁ ହେବ । ସେଠାରେ ଏକ ଗୁଗଲ ଫର୍ମ ମିଳିବ । ତାହା ଜରିଆରେ ଯାଇ ଲୋକେ ନିଜ ପସନ୍ଦର ପ୍ରଜାପତିକୁ ଭୋଟ କରି ଚୟନ କରିପାରିବେ  ।ଚୟନ ହୋଇଥିବା ପ୍ରଜାପତିର ନାମ କେନ୍ଦ୍ର ପରିବେଶ ଓ ବନ ମନ୍ତ୍ରାଳୟ ତରଫରୁ ଜାରି କରାଯିବ |
ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ୭ଟି ପ୍ରଜାତିଙ୍କ ନାଁର ଏକ ତାଲିକା ଜାରି କରାଯାଇଛି ।ସେଗୁଡିକ ହେଉଛନ୍ତି କୃଷ୍ଣ ପିକକ, କମନ ଜେଜବେଲ, ୱାରେଞ୍ଜ ଅକଲିଫ, ଫାଇବ ବାର ସ୍କ୍ୱାର୍ଡ଼ ଟେଲ, କମନ ନବାବ, ୟେଲୋ ଗୋରଗନ, ନର୍ଦନ ଜଙ୍ଗଲ କ୍ୱିନ । କହିରଖିବା ଉଚିତ ହେବକି ଭାରତରେ ପାଖାପାଖି ୧୫୦୦ ପ୍ରଜାତିର ପ୍ରଜାପତି ଦେଖାଯାନ୍ତି । ଦେଶର କିଛି ଜଣାଶୁଣା ବିଶେଷଜ୍ଞ ଦଳ କିଛି ବର୍ଷ ହେବ ଦେଶର ବିଭିନ୍ନ ଜଙ୍ଗଲ, ବଗିଚା ଆଦି ସ୍ଥାନ ମାନଙ୍କରେ ନିଜ ସର୍ଭେ ଆରମ୍ଭ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.