ଆଜି କର୍ଣ୍ଣାଟକ ଉପନିର୍ବାଚନ, ୧୫ଟି ବିଧାନସଭା ଆସନରେ ଚାଲିଛି ମତଦାନ

କର୍ଣ୍ଣାଟକ : ଆଜି କର୍ଣ୍ଣାଟକ ଉପନିର୍ବାଚନ। ୧୫ଟି ବିଧାନସଭା ଆସନରେ ମତଦାନ ହେଉଛି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ୧୭ ଜଣ କଂଗ୍ରେସ-ଜେଡିଏସ୍‌ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ ୧୭ଟି ସିଟ୍‌ ଖାଲି ପଡିଛି। ବିଜେପି ସରକାରରେ ରହିବ କି ନାହିଁ ତାହା ଏହି ଉପନିର୍ବାଚନ ନିର୍ଦ୍ଧାରଣ କରିବ। ୧୫ଟି ଆସନରୁ ଅତି କମରେ ବିଜେପିକୁ ୬ଟି ଆସନ ଜିତିବାକୁ ହେବ। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବର୍ତ୍ତମାନ ବିଜେପି ବିଧାୟକଙ୍କ ସଂଖ୍ୟା ୧୦୫। ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିବାରୁ ବିଜେପିର ଶକ୍ତି ୧୦୬ ରହିଛି। ଏବେ ମସ୍କି ଓ ଆର.ଆର ନଗରରେ ନିର୍ବାଚନ ହେଉ ନାହିଁ। ୧୫ଟି ଆସନରେ ଉପନିର୍ବାଚନ ହେଉଥିବାରୁ ବହୁମତ ସାବ୍ୟସ୍ତ କରିବା ପାଇଁ ବିଜେପିକୁ ଅତି କମରେ ଆଉ ୬ଟି ଆସନ ଆବଶ୍ୟକ।

୬ଟି ଆସନ ନମିଳିଲେ ବି.ଏସ ୟେଦୁୟୁରପ୍ପାଙ୍କ ବିଜେପି ସରକାରର ପତନ ହେବ। ଏହି ୧୫ ଆସନରେ କଡା ମୁକାବିଲାର ସାମ୍ନା କରିବ ବିଜେପି। ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ରାୟ ପରେ ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକଙ୍କ ମଧ୍ୟରୁ ୧୩ ଜଣ ବିଧାୟକ ପ୍ରତିଦ୍ୱନ୍ଦିତାକୁ ଓହ୍ଲାଇଛନ୍ତି। ଉତ୍ତର କର୍ଣ୍ଣାଟକର ୭ଟି ବିଧାନସଭା ଆସନ, ପୁରୁଣା ମହିଶୂରର ଦୁଇଟି ବେଙ୍ଗାଲୁରୁର ୬ଟି ବିଧାନସଭା ଆସନରେ ନିର୍ବାଚନ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.