Below header

କ୍ଷୀର ମଲ୍ୟ ହେବ ଶସ୍ତା, ଗାଈ ଜନ୍ମ କରୁଥିବା ଫ୍ୟାକ୍ଟ୍ରି ସ୍ଥାପନ କରିବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ଚର୍ଚ୍ଚାରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ନାଗପୁରରେ ମଦର ଡାଏରୀର କାର୍ଯ୍ୟକ୍ରମରେ  ଯୋଗ ଦେଇ ମନ୍ତ୍ରୀ କହିଛନ୍ତି କି ସେ  ଗାଈ ଜନ୍ମ କରୁଥିବା ଫ୍ୟାକ୍ଟ୍ରି ସ୍ଥାପନ କରିବେ। ଯେଉଁଥିରେ  ନୂତନ ଜ୍ଞାନ କୌଶଳର ବ୍ୟବହାର କରି  କେବଳ ବାଛୁରୀ ଜନ୍ମ କରାଯିବ।ଯାହାଦ୍ବାରା ଗୋ ଚାଲାଣ ସନ୍ଦେହରେ ହେଉଥିବା ଗୋଷ୍ଠୀବଦ୍ଧ ହମଲା ଘଟଣା ମଧ୍ୟ ବନ୍ଦ ହୋଇ ପାରିବ ଏବଂ ଚାଷୀଙ୍କୁ ଫାଇଦା ହେବ।


ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଯେ, ବିଦର୍ଭର ଗାଈ ଛୋଟ ହୋଇଥାନ୍ତି ଏବଂ କେବଳ ଏକରୁ ଦୁଇ ଲିଟର କ୍ଷୀର ଦେଇଥାନ୍ତି। କିନ୍ତୁ ଆଗାମୀ ଦିନରେ ଦେଶରେ ଯେଉଁ ଗାଈ ଗର୍ଭଧାନ କରିବ, ତାହା କେବଳ ବାଛୁରୀ ହିଁ ହେବ। ଏହା ସର୍ଟିଂ ସେକ୍ସ ସିମନ ଜରିଆରେ ସମ୍ଭବ। ଏମିତି ହେଲେ ଗୋରୁ ଚାଲାଣ ସନ୍ଦେହରେ ହେଉଥିବା ଗୋଷ୍ଠୀବନ୍ଧ ଆକ୍ରମଣ ମଧ୍ୟ ହେବ ନାହିଁ ଓ ବୁଲାରିଆ ଗୋରୁ ମଧ୍ୟ ଉପଯୋଗୀ ହେବେ। ଏଥିରେ ବିଦର୍ଭର ଯୁବ କୃଷକଙ୍କୁ ମଧ୍ୟ ଫାଇଦା ହେବ।

୨୦୨୫ ସୁଦ୍ଧା ୧୦ କୋଟି ବାଛୁରୀ

ଗିରିରାଜ ସିଂହଙ୍କ କହିବା ମୁତାବକ ଚଳିତ ବର୍ଷ ୩୦ ଲକ୍ଷ ଗାଈ ଜନ୍ମ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏମିତି ହେଲେ ୨୦୨୫ ସୁଦ୍ଧା ୧୦ କୋଟି ବାଛୁରୀ ଜନ୍ମ ହେବେ। ତେଣୁ  ଆମେ ଗାଈ ଜନ୍ମ କରିବାର ଫ୍ୟାକ୍ଟ୍ରି ସ୍ଥାପନ କରିବୁ। ସରୋଗେଟ୍ ମଦରର ଏମ୍ବିଓ ଟ୍ରାନ୍ସପ୍ଲାଣ୍ଟରେ ଏହାକୁ ବିକଶିତ କରାଯିବ, ଯେଉଁଥିରେ ଯେଉଁ ଗାଈ କ୍ଷୀର ଦେଉନଥିବ ସେମାନଙ୍କର ମଧ୍ୟରେ ୨୦ ଲିଟର କ୍ଷୀର ଦେବାର କ୍ଷମତା ଉତ୍ପନ କରାଯିବ। ଯାହା ଫଳରେ ଦୂନିଆରେ କ୍ଷୀର ମୂଲ୍ୟ ଶସ୍ତା ହେବ ବୋଲି ଗିରିରାଜ ସିଂହ କହିଛନ୍ତି

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.