Below header

ବ୍ୟାଙ୍କ ମିଶ୍ରଣ ଯୋଗୁ କୌଣସି ଜଣେ କର୍ମଚାରୀଙ୍କର ବି ଛଟେଇ ହେବ ନାହିଁ, ସ୍ପଷ୍ଟ କଲେ ନିର୍ମଳା ସୀତାରମଣ

ବ୍ୟାଙ୍କ ମିଶ୍ରଣ ଯୋଗୁ କୌଣସି ଜଣେ କର୍ମଚାରୀଙ୍କର ବି ଛଟେଇ ହେବ ନାହିଁ। ଏ ନେଇ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ପୁଣି ଥରେ ନିଶ୍ଚିତ କରୁଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତ ଶୁକ୍ରବାର ବ୍ୟାଙ୍କ ମେଗା ମିଶ୍ରଣ ସଂପର୍କରେ ସରକାର ଘୋଷଣା କରିବା ପରେ ଏହାକୁ ବ୍ୟାଙ୍କ ୟୁନିଅନ ପକ୍ଷରୁ ବିରୋଧ କରାଯାଇଛି। ମିଶ୍ରଣ ହେଲେ ଛଟେଇ ହେବାର ଆଶଂକା ରହିଛି। ତେବେ ଏଭଳି ଆଶଂକା ଅମୂଳକ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ୧୦ଟି ରାଷ୍ଟ୍ରାୟାତ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ହୋଇ ୪ଟି ବଡ଼ ବ୍ୟାଙ୍କ ସୃଷ୍ଟି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.