Below header

ପଶ୍ଚିମବଙ୍ଗ ହେବ ବାଂଲା !

ଆଉ ପଶ୍ଚିମବଙ୍ଗ ନୁହେଁ । ନାଁ ବଦଳି ହେ ବାଂଲା । ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟର ନାମ ପରିବର୍ତ୍ତନକୁ ସର୍ବସମ୍ମତି କ୍ରମେ ଅନୁମୋଦନ ମିଳିଛି । ଏ ନେଇ ଗୃହରେ ଏକ ପ୍ରସ୍ତାବ ପାସ୍‌ ହୋଇଛି । ଏଥିପାଇଁ ଆବଶ୍ୟକ ଅଛି କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମୋଦନ । ଅବଶ୍ୟ ପୂର୍ବରୁ ରାଜ୍ୟ ନାଁ ବଦଳାଇବାର ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରି ନାହାନ୍ତି । ଏହା ପୂର୍ବରୁ ଇଂରାଜୀରେ ବେଙ୍ଗଲ, ବେଙ୍ଗଲିରେ ବାଂଲା, ହିଦୀରେ ବଙ୍ଗାଲ ନାମକୁ ସୁପାରିଶ କରାଯାଇଥିଲା । ତେଣୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ କେନ୍ଦ୍ରକୁ ଆଉ ଏକ ପ୍ରସ୍ତାବ ପଠା ଯାଉଛି । ବାଂଲା ନାଁକୁ ତିନିଟି ଯାକ ଭାଷାରେ ରଖିବାକୁ ସୁପାରିଶ କରାଯାଇଛି ବୋଲି ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟ୍ଟାର୍ଜୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.