ଜାଣନ୍ତୁ ଆସନ୍ତାକାଲି ଗ୍ରହଣ ସମୟରେ କାହିଁକି ଲାଲ୍ ଦେଖାଯିବ ଚନ୍ଦ୍ର ?

ଆସନ୍ତାକାଲି ହେଉଛି ଚଳିତ ଶତାଦ୍ଦୀର ସବୁଠାରୁ ଲମ୍ବା ଚନ୍ଦ୍ର ଗ୍ରହଣ । ଏହି ଚନ୍ଦ୍ର ଗ୍ରହଣ ପାଖାପାଖି ୧ ଘଣ୍ଟା ୪୩ ମିନିଟ୍ ପର୍ୟ୍ୟନ୍ତ ରହିବ । ଏହି ଗ୍ରହଣ ପୂରା ଭାରତ ବର୍ଷରେ ଦେଖିବାକୁ ମିଳିବ ଏବଂ ଏହାକୁ ବିନା କିଛି ଉପକରଣରେ ଆରମରେ ଆପଣ ମାନେ ଦେଖି ପାରିବେ । ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଭାରତୀୟ ସମୟ ଅନୁଯାୟୀ ୨୭ ଜୁଲାଇର ରାତି ୧୧ଟା ୪୫ ମିନିଟ୍ ୦୨ ସେକେଣ୍ଡରେ ଆରମ୍ଭ ହେବ ଏବଂ ୨୮ ଜୁଲାଇ ଭୋର୍ ୩:୪୫ ମିନିଟରେ ମୋକ୍ଷ ହେବ ।

ଏହି ଚନ୍ଦ୍ରଗ୍ରହଣରେ ଚନ୍ଦ୍ରମା ନାଲି ରଙ୍ଗର ଦେଖାଯିବେ, ଯାହାକୁ ରକ୍ତଚନ୍ଦ୍ର ବା ବ୍ଲଡ୍ ମୁନ୍ କୁହାଯାଉଛି । ଏପରି ସ୍ଥିତିରେ ଯଦି ଆମେ ଧରିତ୍ରୀରୁ ଚନ୍ଦ୍ର ଆଡକୁ ଦେଖିଥାଉ ତେବେ ସେହି ଭାଗଟି ଆମକୁ କଳା ଦେଖାଯାଇଥାଏ । ସେଥିପାଇଁ ଏହାକୁ ଚନ୍ଦ୍ରଗ୍ରହଣ କୁହାଯାଇଥାଏ ।

ସବୁଠାରୁ ଲମ୍ବା ଚନ୍ଦ୍ରଗ୍ରହଣ :
ଚଳିତ ଥର ଚନ୍ଦ୍ର ଗ୍ରହଣ ସମୟରେ ପୃଥିବୀର ଏକଦମ୍ କେନ୍ଦ୍ରରୁ ଉତ୍ତର ହୋଇ ଗତି କରିବ ଚନ୍ଦ୍ରମା । ଏହି ସ୍ଥିତି ୧ ଘଣ୍ଟା ୨ ମିନିଟର ରହିବ । ଏହି କାରଣରୁ ଏଇଥର ଚନ୍ଦ୍ରଗ୍ରହଣ ଲମ୍ବା ସମୟ ପର୍ୟ୍ୟନ୍ତ ଚାଲିବ । ଏହା ସହ ମଧ୍ୟ ଲୁନାର ଆପୋଜି ହେବ । ଏହାର ମାନେ ୨୭ ଜୁଲାଇରେ ଚନ୍ଦ୍ରମା ଓ ପୃଥିବୀର ଭିତରର ଦୂରତା ସବୁଠାରୁ ଅଧିକ ରହିବ । ଏହି କାରଣ ଯୋଗୁଁ ଏହି ଚନ୍ଦ୍ରଗ୍ରହଣ ଚଳିତ ଶତାଦ୍ଦୀର ସବୁଠାରୁ ଲମ୍ବା ଚନ୍ଦ୍ର ଗ୍ରହଣ ।

କାହିଁକି ଲାଲ୍ ଦେଖାଯାଏ ଚନ୍ଦ୍ରମା :
ଆପଣ ଭାବୁଥିବେ କି, ଚନ୍ଦ୍ରଗ୍ରହଣରେ ଚନ୍ଦ୍ରମା କାହିଁକି ନାଲ୍ ଦେଖାଯାଇଥାଏ । କାରଣ ଚନ୍ଦ୍ରଗ୍ରହଣର ସମୟରେ ଯେତେବେଳେ ସୂର୍ୟ୍ୟ ଏବଂ ଚନ୍ଦ୍ରମା ମଧ୍ୟରେ ପୃଥିବୀ ଆସିଥାଏ ସେତେବେଳେ ସୂର୍ୟ୍ୟଙ୍କର କିରଣ ଅଟକି ଯାଇଥାଏ । ପୃଥିବୀର ବାତାବରଣ ପାଇଁ ରଶ୍ମି ପୁଣିଥରେ ଓଲଟା ପଡିଥାଏ । ଏହି କାରଣ ପାଇଁ ଚନ୍ଦ୍ରମା ଲାଲ୍ ରଙ୍ଗର ଦେଖାଯାଇଥାଏ । ଆପଣଙ୍କୁ କହି ରଖୁଛୁ ଯେ, ଯେତେବେଳେ ପୂର୍ଣ୍ଣଚନ୍ଦ୍ର ହୋଇଥାଏ ସେହି ସମୟରେ ରକ୍ତଚନ୍ଦ୍ର ଦେଖା ଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.