ବଦଳିବ କି ରାଜ୍ୟ ବିଜେପି ନେତୃତ୍ୱ : ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ ଡାକରା

ନୂଆଦିଲ୍ଲୀ : ହଠାତ୍‌ ଦିଲ୍ଲୀରେ ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀ । ପ୍ରତାପ ଦିଲ୍ଲୀରେ ବହୁ ବରିଷ୍ଠ ନେତାଙ୍କ ଭେଟିଛନ୍ତି । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ପ୍ରତାପଙ୍କୁ କିଛି ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ ଦେବାକୁ କେନ୍ଦ୍ରୀୟ ନେତୃତ୍ୱ ଦିଲ୍ଲୀରେ ତାଙ୍କ ସହ ଆଲୋଚନା କରିଛନ୍ତି ।ପ୍ରତାପ କହିଛନ୍ତି ତାଙ୍କୁ ଯେଉଁ ନୂଆ ଦାୟିତ୍ୱ ମିଳିବ ତାକୁ ସେ ନିଷ୍ଠାର ସହ ପାଳନ କରିବେ ।

ବିଜେପୁର ଉପ ନିର୍ବାଚନ ପରେ ପ୍ରତାପ ଷଡ଼ଙ୍ଗୀ ଦଳର ପ୍ରଦର୍ଶନ ନେଇ କହିଥିଲେ ବିଜେଡିକୁ କ୍ଷମତାରୁ ଦୂରେଇବାକୁ ମୁଁ ଏବଂ ମୋ ପାର୍ଟି ଅସମର୍ଥ । ଅନ୍ୟ ରାଜ୍ୟ ଭଳି ଓଡିଶାରେ ବିଜେପି ଆଗେଇ ପାରୁ ନାହିଁ । ଏହାକୁ ମୁଁ ସ୍ୱୀକାର କରୁଛି ବୋଲି ପ୍ରତାପ କହିଥିଲେ

କିଛି ଦିନ ପୂର୍ବରୁ ଅମିତ ଶାହ ଓଡିଶା ଗସ୍ତରେ ଆସି ସଂଘ ପରିବାର ସହ ବୈଠକ କରିଥିଲେ । ଏକ ଘଣ୍ଟାରୁ ଅଧିକ ସମୟ ଏହି ରୁଦ୍ଧଦ୍ୱାର ବୈଠକରେ ସଂଘ ଦଳର ଅସନ୍ତୋଷ ବାବଦରେ ରୋକ ଠୋକ ଶୁଣାଇ ଦେଇଥିଲା ।ସଂଘ ଅମିତ ଶହାଙ୍କ ନିକଟରେ କିଛି ପ୍ରସ୍ତାବ ରଖିଥିଲା । ପୂର୍ବରୁ ବର୍ତ୍ତମାନ ର ସଭାପତି ବସନ୍ତ ପଣ୍ଡା ତାଙ୍କ କାଯ୍ୟର୍କାଳ ଶେଷ ହେଲେ ସେ ତାଙ୍କ ଦାୟିତ୍ୱ ଛାଡିବାକୁ ପ୍ରସ୍ତୁତ ଥିବା କହିଥିଲେ ।

କିଛି ଦିନ ପୂର୍ବେ ବିଜେପିର ସଂଗଠନର ସାଧାରଣ ସଂପାଦକ ସାରଦା ପ୍ରସାଦ ଶତପଥୀଙ୍କୁ ଅପସାରଣ କରାଯାଇ ତାଙ୍କ ସ୍ଥାନରେ ମାନସ ମହାନ୍ତିଙ୍କୁ ଦାୟିତ୍ୱ ମିଳିଥିଲା । ଏଠାରେ ପ୍ରଶ୍ନ ଉଠୁଛି ମାନସଙ୍କ ପରେ ପ୍ରତାପ ଷଡ଼ଙ୍ଗୀଙ୍କୁ ମିଳିବ କି ଦାୟିତ୍ୱ ? କାରଣ ବର୍ତ୍ତମାନ ରାଜ୍ୟ ନେତୃତ୍ୱ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ଇସାରାରେ ଚାଲୁଥିବାରୁ ସଂଘ ପରିବାର ଖୁସି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.