Below header

ଶ୍ରୀଲଙ୍କା ପରିସ୍ଥିତି ଆହୁରି ଗମ୍ଭୀର, ରାଷ୍ଟ୍ରପତି ଅଜଣା ସ୍ଥାନରେ ରହି ନିର୍ଦ୍ଦେଶ ଦେଉଛନ୍ତି

ଏବେ ଶ୍ରୀଲଙ୍କାରେ ରାଜନୈତିକ ପରିସ୍ଥିତି ଅତ୍ୟନ୍ତ ଖରାପ । ଗତକାଲି ବିରୋଧୀମାନେ ରାଷ୍ଟ୍ରପତି ଭବନ ଉପରେ ଚଢ଼ାଉ କରି ଦେବା ପରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ସେଠାରୁ କୁଆଡ଼େ ଉଭାନ୍‌ ହୋଇ ଯାଇଛନ୍ତି । କୁହାଯାଉଛି କି କୌଣସି ଗୁପ୍ତ ରାସ୍ତା ଦେଇ ସେ ପଳାଇ ଯାଇଛନ୍ତି । ଏପଟେ ବିରୋଧୀମାନେ ରାଷ୍ଟ୍ରପତି ଭବନକୁ ନିଜ ଅକ୍ତୟାରକୁ ନେଇ ମଉଜ ମଜଲିସ କରୁଛନ୍ତି । ସେମାନେ ଜିମ୍‌ ଠାରୁ ଆରମ୍ଭ କରି ପଡ଼ିଆ ଏବଂ ଅନ୍ୟ ସ୍ଥାନରେ ନିର୍ଭୀକ ଭାବେ ବୁଲୁଛନ୍ତି । ସେଇଠାରେ ଭୋଜନ ମଧ୍ୟ କରୁଛନ୍ତି ।

ତେବେ ବର୍ତ୍ତମାନର ଖବର ଅନୁସାରେ ରାଷ୍ଟ୍ରପତି ରାଜପକ୍ଷେ କୌଣସି ଏକ ଅଜଣା ସ୍ଥାନରେ ରହି ଆଜି ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ଲୋକଙ୍କୁ ଗ୍ୟାସ ବଣ୍ଟନ ପାଇଁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ତେବେ ଯଦି ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଦିଅନ୍ତି ତାହାହେଲେ ସମ୍ବିଧାନ ଅନୁସାରେ ବାଚସ୍ପତି ମହିନ୍ଦା ଆପ୍ପା ଆବେୟଓ୍ଵର୍ଦ୍ଧନେ ଅସ୍ଥାୟୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ।

ଏପଟେ ଭାରତ ମଧ୍ୟ ଶ୍ରୀଲଙ୍କା ସ୍ଥିତି ଉପରେ ପୂରା ନଜର ରଖିଛି । ଆବଶ୍ୟକ ହେଲେ ଅଧିକ ସହାୟତା ଯୋଗାଇବାକୁ ମଧ୍ୟ ରାଜି ଅଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.