ଚିତ୍ରୋତ୍ପଳା ନଦୀରେ ଗାଧୋଇବା ବେଳେ ଭାସିଗଲେ ୨ ନାବାଳକ, ଜଣେ ଉଦ୍ଧାର ଅନ୍ୟ ଜଣେ ନିଖୋଜ

କେନ୍ଦ୍ରାପଡ଼ା (କେନ୍ୟୁଜ): କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଚିତ୍ରୋତ୍ପଳା ନଦୀରେ ଗାଧୋଇବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ୨ ଜଣ ନାବାଳକ ଛାତ୍ର । ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି । ଗୁରୁତର ଛାତ୍ର ଜଣଙ୍କ ହେଲେ ସାଇଲି ମଲ୍ଲିକ । ତାଙ୍କ ଘର କଟକ ଜିଲ୍ଲା ନେମାଳ ଥାନାର ଅଶରପଡ଼ା ଗାଁରେ ।

ସେ ତାଙ୍କର ବନ୍ଧୁ ଶିବୁ ମଲ୍ଲିକଙ୍କ ଘର ପାଟକୁରାର ମିଶରକୁ ବୁଲିବାକୁ ଆସିଥିଲେ । ଦୁଇ ଜଣ ସାଙ୍ଗ ହୋଇ ନଦୀକୁ ଗାଧୋଇ ଯାଇଥିଲେ । ନାବାଳକ ଶିବୁ ମଲ୍ଲିକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଖୋଜାଖୋଜି ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.