Below header

ଆମେରିକା କାଲିଫୋର୍ନିଆରେ ବନ୍ୟା, ହ୍ଵାଇଟ ହାଉସରେ ପଶିଲା ପାଣି

ଆମେରିକା ରାଜଧାନୀ ୱାଶିଂଟନ ସମେତ ବର୍ଜିନିଆ, କୋଲମ୍ବିଆରେ ସୋମବାର ଖୁବ ଜୋର ବର୍ଷା ହୋଇଛି। ଏହା ପରେ ବନ୍ୟା ପରିସ୍ଥିତି ଉପୁଛି। ଏଭଳି ଥିଲା ସ୍ଥିତି ସହରର ରାସ୍ତା ସବୁ ନଦୀରେ ପରିଣତ ହୋଇଯାଇଛି । ହ୍ଵାଇଟ ହାଉସରେ ଯେଉଁଠାରେ ସାମ୍ବାଦିକ ମାନେ ବସିବାର ଆୟୋଜନ ହୋଇଥାଏ ସେଠାରେ ମଧ୍ଯ ପାଣି ପଶିଯାଇଥିବା ଜଣାପଡିଛି। ପାଣିପାଗ ବିଭାଗକୁ ମେଟ୍ରୋ ସିଟିରେ ବନ୍ୟା ଏମରଜେନ୍ସି ଘୋଷଣା କରିବାକୁ ପଡିଛି ।

americaତେବେ ଏହି ପରିସ୍ଥିତି ପରେ ଦକ୍ଷିଣ ୱାଶିଂଟନରେ ରେଳ ସେବା ସ୍ଥଗିତ କରିଦିଆଯାଇଛି। ଏହା କେତେ ଘଣ୍ଟା ବା ଦିନ ସ୍ଥଗିତ ରହିବ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ବନ୍ୟା ଯୋଗୁଁ କୌଣସି କ୍ଷୟ କ୍ଷତି ର ଆକଳନ କରାଯାଇନାହିଁ। ଜର୍ଜ ୱାଶିଂଟନ, ୱେଷ୍ଟ ୱାଶିଂଟନ କୁ ଯାତାୟତ ସମ୍ପୂର୍ଣ୍ଣ ଠପ ପଡିଛି। କୋଲମ୍ବିଆରେ ଆଜି ସକାଳ ପର୍ଯ୍ୟନ୍ତ ବର୍ଷା କାରଣରୁ ଏୟାର ପୋର୍ଟ ରେ ବହୁତ କ୍ଷତି ହୋଇଛି। ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବିମାନ ଉଡାଣ ସ୍ଥଗିତ ରଖାଯାଇଛି। ପାଣିପାଗ ବିଭାଗ କହିଛି ଅତିପ୍ରବଳ ବର୍ଷା ଯୋଗୁଁ ସମସ୍ତ ନାଳ ଭର୍ତ୍ତି ହୋଇଯିବା କାରଣରୁ ଏଭାଳି ପରିସ୍ଥିତି ଉପୁଜିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.