ନବରଙ୍ଗପୁର: ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କ ହାତ ପୋଡିଦେଲେ ସ୍ଥାନୀୟ ବାସିନ୍ଦା

ନବରଙ୍ଗପୁର(କେନ୍ୟୁଜ୍): ଅନ୍ଧବିଶ୍ୱାସରୁ ନିର୍ଯାତନା । ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କ ହାତ ପୋଡିଦେଲେ ସ୍ଥାନୀୟ ବାସିନ୍ଦା। ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ବାଘସିଉନି ପଞ୍ଚାୟତ ନୂଆଗୁଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଏହି ଦମ୍ପତ୍ତି ଗୁଣି କରୁଥିବା ସନ୍ଦେହରେ ଗାଁଲୋକେ ସେମାନଙ୍କ ଉପରେ ଗରମ ଗୋବର ପାଣି ଫିଙ୍ଗି ଦେଇଥିଲେ। ମାଆ ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ଝିଅର ହାତ ମଧ୍ୟ ପୋଡି ଯାଇଛି। ଆହତ ୩ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଗାଁରେ ମେଣ୍ଡା ମରିଯିବା ପରେ ଗୁଣି କରି ଏମାନେ ମେଣ୍ଡାକୁ ମାରିଦେଇଥିବା ଗାଁଲୋକେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତ ୫ଜଣଙ୍କ ବିରୁଦ୍ଧରେ କେସ୍ ନମ୍ବର ୧୪୧/୧୯ରେ ମାମଲା ରୁଜୁ କରିଛି। ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.