କେନ୍ଦୁଝର: ମାତିଛନ୍ତି ହାତୀପଲ, ଦଅଁଳା ଗାଁର ଜଣଙ୍କୁ ଦଳିଦେଲା ଦନ୍ତା

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝରରେ ମାତିଛନ୍ତି ହାତୀପଲ। ଦଅଁଳା ଗାଁର ଜଣଙ୍କୁ ଦଳିଦେଲା ଦନ୍ତା। ମୃତକ ଜଣକ ଟୁପୁଲି ମୁଣ୍ଡା। ଗତକାଲି ରାତିରେ ଏକ ହାତୀପଲ ଗାଁରେ ପଶି ଟୁପୁଲି ମୁଣ୍ଡାଙ୍କ ଘରଦ୍ୱାର ଭାଙ୍ଗିଥିଲେ। ହାତୀକୁ ଦେଖି ଅନ୍ୟ ସଦସ୍ୟମାନେ ବାହାରି ପଳାଇଥିବାବେଳେ ଟୁପୁଲି ଦନ୍ତା ହାବୁଡରେ ପଡିଯାଇଥିଲେ। ସେପଟେ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଇଙ୍ଗାନିଝରଣ ଗାଁରେ ୨୨ ଟିକିଆ ହାତୀପଲ ପଶି ଆତଙ୍କ ଚଳାଇଛନ୍ତି। ଘରଦ୍ୱାର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରୁଛନ୍ତି। ରାତିରେ ଗାଁକୁ ପଶି ଆସୁଥିବାବେଳେ ଦିନବେଳା ନିକଟସ୍ଥ ଜଙ୍ଗଲରେ ଲୁଚି ରହୁଛନ୍ତି। ଫଳରେ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ସେମାନଙ୍କୁ ଘଉଡାଇବାକୁ ବନବିଭାଗ ଓ ପୋଲିସ କର୍ମଚାରୀ ଉଦ୍ୟମ ଚଳାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.