ମୁମ୍ବାଇରେ ପ୍ରବଳ ବର୍ଷା କାରଣରୁ ନାଳରେ ପଡିଗଲା ବାଇକ୍, ଦେଖନ୍ତୁ ଏହି ଭିଡିଓ

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ନାଳ ନର୍ଦ୍ଦମାରୁ ପାଣି ବାହାରକୁ ବାହାରି ରାସ୍ତା ଘାଟରେ ପ୍ରବାହିତ ହେଉଛି ଫଳରେ କେଉଁଠି ଖାଲଢିପ ତାହା ସ୍ପଷ୍ଟ ଭାବେ ଜଣାପଡୁନାହିଁ । ବର୍ଷା ଦିନ ଆସିବା ପରେ ପ୍ରତିବର୍ଷ ଏପରି ଅବସ୍ଥା ଏହି ମୟାନଗରୀରେ ଘଟୁଥିବା ସତ୍ବେ ପ୍ରଶାସନ କୌଣସି ପଦକ୍ଷପ ନନେବା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି   ।

ତେବେ ଏହି ଅବ୍ଯବସ୍ଥାର ଏକ ଜ୍ବଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି । ଯାହା ପ୍ରସାଶନର ଅବହେଳାକୁ ସ୍ପଷ୍ଟ କରିଛି । ମୁମ୍ବାଇର ଚେମ୍ବୁର ଇଲାକାରେ ଏକ ବାଇକ୍ ରାସ୍ତାରେ ଥିବା ଏକ ଗାତରେ ପଶିଯାଇଛି । ଯାହାକୁ କିଛି ଲୋକ ଉଦ୍ଧାର କରିବାରେ ଲାଗିପଡିଛନ୍ତି । ଏହି ଘଟଣାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

 ଏହି ଭିଡିଓ ପ୍ରମାଣ ଦେଉଛି କି ପ୍ରତିବର୍ଷ ମୁମ୍ବାଇ ସହର ଏହି ପ୍ରକାରର ପରିସ୍ଥିତିକୁ ସାମ୍ନା କରିଆସୁଥିବାବେଳେ ଏହାର ବିକଳ୍ପ ଉପାୟ କରିବା ପରିବର୍ତ୍ତେ ପ୍ରଶାସନ ଅଣଦେଖା କରିବା ସହିତ ଲୋକଙ୍କ ସୁରକ୍ଷାକୁ ବାଜି ଲାଗାଉଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହାସହ ପଢନ୍ତୁ :ସଡକରେ ଭାସୁଛି ସାମାନ୍, ଦେଖନ୍ତୁ ମୁମ୍ବାଇ ବର୍ଷାର ଭୟାନକ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.