Below header

Covaxinକୁ ସ୍ୱୀକୃତି ଦେବାକୁ ପୁଣି ଥରେ ମନାକଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO ଆଉ ଥରେ ପୁଣି କୋଭାକ୍ସିନକୁ ଆପ୍ରୂଭାଲ ଦେବାକୁ ଅମଙ୍ଗ ହୋଇଛନ୍ତି । ଅର୍ଥାତ WHO ଭାରତରେ ପ୍ରସ୍ତୁତ କରୋନା ଟୀକା Covaxinକୁ ନେଇ ଜରୁରୀ କାଳୀନ ଉପଯୋଗ କରିବା ପାଇଁ ସ୍ୱୀକୃତି ଦେଇନାହାନ୍ତି । WHOର ଆପ୍ରୂଭାଲ ପାଇବା ପାଇଁ ଭାରତ ବାଇଓଟେକ ଦ୍ୱାରା ପ୍ରସ୍ତୁତ ଏହି ଟୀକାକୁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡିବ । ଏବାବଦରେ କମ୍ପାନୀ ପକ୍ଷରୁ କୁହାଯାଇଛିକି ମଂଜୁରୀ ପାଇବା ନେଇ ସମସ୍ତ ଜରୁରୀ ଦସ୍ତାବିଜ ଦାଖଲ କରାଯାଇ ସରିଛି । ମିଳିଥିବା ରିପୋର୍ଟ ଅନୁଯାୟୀ WHO ଅନ୍ୟ ଟେକନିକ ନେଇ ତଥ୍ୟ ହାସଲ କରିବା ପାଇଁ ଭାରତ ବାଇଓଟେକକୁ କିଛି ପ୍ରଶ୍ନ ପଠାଇଛନ୍ତି ।

କହିରଖିବା ଉଚିତ ହେବକି WHO ଠାରୁ ଅନୁମତି ନମିଳିବା ପର୍ଯ୍ୟନ୍ତ ବିଶ୍ୱର ଅନ୍ୟାନ ସ୍ଥାନ ଗୁଡିକରେ ଏହାକୁ ଏକ ସ୍ୱୀକୃତି ପ୍ରାପ୍ତ ଭ୍ୟାକସିନ ଭାବରେ ଧରାଯିବ ନାହିଁ । ଏମିତିକି ଯେଉଁମାନେ ଏହି ଟୀକା ନେଇଥିବେ ସେମାନଙ୍କୁ ଅନ୍ୟଦେଶକୁ ଯାତ୍ରା କରିବାକୁ ଅନୁମତି ମିଳିବ ନାହିଁ । ଏହା ପୂର୍ବରୁ ଏକ ଖବର ଜାରି ହୋଇଥିଲା ଯେଉଁଥିରେ Covaxinକୁ WHOର ମଞ୍ଜୁରୀ ମିଳିବା ନେଇ ଏକ ଗୁଜବ ପ୍ରଚାରିତ ହୋଇଥିଲା । ଆମ ଦେଶ ଭାରତରେ ବର୍ତ୍ତମାନ ସମୟରେ କୋଭାକସିନ, କୋଭିସୀଲଡ଼, ସ୍ପୁଟୋନିକ ଭି କୁ ବ୍ୟବହାର କରାହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.