TVS Heavy Duty ଠାରୁ ଶସ୍ତା ଏହି ଇଲେକ୍ଟ୍ରିକ ବାଇକ୍, ବୋହିପାରିବ ୧୭୦ କିଲୋ ଓଜନର ଜିନିଷ

ଭାରତୀୟ ବଜାରରେ ଗତ କିଛିଦିନ ମଧ୍ୟରେ ଅନେକ ଇ-ବାଇକ୍ ଲଞ୍ଚ ହୋଇଛି। ଏହା ମଧ୍ୟରେ Detel Easy Plus ଇଲେକ୍ଟ୍ରିକ ସ୍କୁଟର ରହିଛି। ଯାହାର ଦାମ୍ ୪୧,୯୯୯ ଟଙ୍କା ରହିଛି। ଏହି ବାଇକ ୧୭୦ କିଲୋଗ୍ରାମ ପର୍ଯ୍ଯନ୍ତ ଓଜନ ଜିନିଷ ବୁହାଇପାରିବ। ଏହାର ଦାମ୍ ମଧ୍ୟ ଟିଭିଏସ ଏକ୍ସଲ ୧୦୦ ହେଭି ଡ୍ଯୁଟି ଠାରୁ ବହୁତ କମ୍।

କମ୍ପାନୀ ମୁତାବକ, ଏହା ଦୁନିଆର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ ଟୁ-ହୁଇଲର ଗାଡି। ଏହି ସ୍କୁଟରକୁ ୨୫୦ ୱାଟ ଇଲେକ୍ଟ୍ରିକ ମୋଟର ଏବଂ 48v 12AH LiFeP04 ବ୍ଯାଟେରୀ ଦିଆଯାଇଛି। ଏହି ବ୍ଯାଟେରୀକୁ ୬ରୁ ୭ ଘଣ୍ଟାରେ ଚାର୍ଜ କରିପାରିବେ। କମ୍ପାନୀ ଏହି ସ୍କୁଟରରେ ୨ ବର୍ଷର ଷ୍ଟାଣ୍ଡର୍ଡ ୱାରେଣ୍ଟି ମିଳୁଛି। ଏହାଛଡା ଏଥିରେ ରୋଡସାଇଡ ଆସିଷ୍ଟାଣ୍ଟ ପ୍ଯାକେଜ ଏବଂ ଫ୍ରିରେ ହେଲମେଟ ମିଳୁଛି।

ଏହି ସ୍କୁଟରକୁ ଆପଣ ୬୦ କିମି ରେଞ୍ଜ ସିଙ୍ଗଲ ଚାର୍ଜ କରିପାରିବେ। ସ୍କୁଟରର ଲୋଡ କ୍ଷମତା ୧୭୦ କେଜି ରହିଛି। ଏହାର ଟପ୍ ସ୍ପିଡ ୨୫ kmph ରହିଛି। ଏହା ୫ଟି କଲର ଅପସନରେ ମିଳୁଛି। ମେଟାଲିକ ବ୍ଲାକ, ମେଟାଲିକ ରେଡ, ମେଟାଲିକ ୟଲୋ, ଗନମେଟାଲ ଏବଂ ପର୍ଲ ୱାଇଟ କଲର ଅପସନରେ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.