Below header

ଧାର୍ମିକ ଉତ୍ସବ ଆୟୋଜନ ଜାରି ରହିଲେ ଆଗକୁ ବଢିବ କରୋନା ସଂକ୍ରମଣ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଦିନ କୁ ଦିନ ବିଶ୍ୱର କୋଣ ଅନୁକୋଣରେ କରୋନା ନିଜ କାୟା ବିସ୍ତାର କରିବାରେ ଲାଗିଛି । ଏଯାବତ ଏହି କାରଣରୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି ଏହି ମାରାତ୍ମକ ମହାମାରୀ । ବିଶ୍ୱର ଏପରି ସ୍ଥିତି ନେଇ ଚିନ୍ତାରେ ଅଛି “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ” । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଭିନ୍ନ ଦେଶ ମାନଙ୍କରେ ଅଧିକାଂଶ ସମୟରେ ବିଭିନ୍ନ ଧାର୍ମିକ ତଥା ସାଂସ୍କୃତିକ ସଭା ସମିତି, ଉତ୍ସବ ମାନଙ୍କର ଆୟୋଜନ ହେବା କାରଣରୁ ହିଁ କରୋନା ଜନିତ ମାମଲା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏହି କାରଣରୁ ହିଁ ଏହି ସଂଖ୍ୟା ଆଗକୁ ଦ୍ରୁତ ଗତିରେ ବଢିବାର ବି ଆଶଙ୍କା ରହିଛି ।

tedros

ବର୍ତ୍ତମାନ ସମୟରେ ଜନସଂଖ୍ୟା ବହୁଳ ରାଷ୍ଟ୍ର ମାନଙ୍କରେ କରୋନା ସଂକ୍ରମଣ ଜନିତ ମାମଲା ପ୍ରତିଦିନ ରେକର୍ଡ ସଂଖ୍ୟକ ଭାବରେ ବଢ଼ିବାରେ ଲାଗିଛି । ଏହି କାରଣରୁ ହିଁ ବିଶ୍ୱର ସ୍ଥିତି ବି ବଦଳିବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନ୍ୟ ଏକ ବରିଷ୍ଠ ଅଧିକାରୀ ମାଇକେଲ ରୟାନ ମିଡ଼ିଆକୁ ଦେଇଥିବା ବୟାନରେ ଏହି ସମାନ ମତ ଦେଇଛନ୍ତି । କରୋନା ହୋଇଛି କି ନାହିଁ ସେ ନେଇ ଜାଣିବା ପାଇଁ କରାଯାଉଥିବା ଟେଷ୍ଟ ସହିତ ମାମଲା ସଂଖ୍ୟା ବୃଦ୍ଧିର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି । ରୟାନ ଏହା ମଧ୍ୟ କହିଛନ୍ତିକି ଆମେରିକା, ଦକ୍ଷିଣ ଏସିଆ, ପଶ୍ଚିମ ଏସିଆ, ଆଫ୍ରିକା ପରି ଦେଶ ମାନଙ୍କରେ ବି ଦିନକୁ ଦିନ ସ୍ଥିତି ସଂଗୀନ ହେବାରେ ଲାଗିଛି ।

ଡବ୍ଲୁଏଚଓ ପ୍ରମୁଖ ଟେଦ୍ରୋସଙ୍କ ଅନୁଯାୟୀ, ବର୍ତ୍ତମାନ ସମୟରେ ଉତ୍ତର ଓ ଦକ୍ଷିଣ ଆମେରିକା ପ୍ରାନ୍ତ ମାନଙ୍କରୁ ହିଁ ଅଧିକ ସଂଖ୍ୟକ ନୂଆ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ସେ ଏହା ମଧ୍ୟ କହିଛନ୍ତିକି, ଆମେ ସମସ୍ତେ ଏବେ ବର୍ତ୍ତମାନ ଏକ ସଂଗୀନ ସ୍ଥିତି ଦେଇ ଗତି କରୁଛୁ । ମହାମାରୀ ସ୍ଥିତି ହେବାକୁ ରୋକିବାକୁ ଆମକୁ ମୂଳରୁ ହିଁ ସତର୍କ ରହିବାକୁ ବଡିବ । ଅଧିକାଂଶ ଦେଶରେ ଜାରି ହୋଇଥିବା ଲକ ଡାଉନ କାରଣରୁ ସାଧାରଣ ଲୋକେ ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇଗଲେଣି । ଟେଦ୍ରୋସଙ୍କ ଅନୁଯାୟୀ ଏବେବି ଏହି ମାରାତ୍ମକ ଭାଇରସ ଖୁବ ତୀବ୍ର ଗତିରେ ବଢ଼ିବାରେ ଲାଗିଛି । ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର କରିବା ଆଦି ନିୟମ ମାନ ପାଳନ କରିବା ଉଚିତ । ଏକ ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ଅଧିକାଂଶ ଶରଣାର୍ଥୀ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.