Below header

ଡୁମଡୁମା କଣ୍ଟେନମେଣ୍ଟ ଜୋନରେ ତାତିଲେ ଲୋକେ, ଅତ୍ୟାବଶ୍ୟକ ସାମଗ୍ରୀ ମିଳୁ ନଥିବା ଅଭିଯୋଗ

ଭୁବନେଶ୍ୱର: ଡୁମଡୁମାରେ ତାତିଲେ ଲୋକ । କଣ୍ଟେନମେଣ୍ଟ ଜୋନରେ ମିଳୁନି ଉପଯୁକ୍ତ ସୁବିଧା। ଯାହାଫଳରେ ଭୁବନେଶ୍ୱର ଡୁମଡୁମାରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ତେଜନା ।

ସୁଚନା ଅନୂଯାୟୀ, କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁ ନଥିବା ସେମାନେ ଅଭିଯୋଗ କରିଛନ୍ତି। ଠିକ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚୁ ନାହିଁ । ଯାହାଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ଲୋକେ ବ୍ଯାରିକେଡ୍ ଭାଙ୍ଗି ଦେଇଥିବା ଜଣାପଡିଛି । ପରିସ୍ଥିତିକୁ ନଜରରେ ରଖି ପୋଲିସ ମୁତୟନ ରହିଛନ୍ତି । ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.