ଭକ୍ତଙ୍କୁ ପୁରୀ ନଯିବାକୁ ପରାମର୍ଶ ଦେଲେ ଡିଜିପି ଅଭୟ

ପୁରୀ(କେନ୍ଯୁଜ୍): ଗୁଣ୍ଡିଚା ମନ୍ଦିରରେ ଲାଗିଛି ତିନି ରଥ। କେତେବେଳେ ମହାପ୍ରଭୁ ବିଜେ କରିବେ ଜନ୍ମବେଦୀ ସେ ନେଇ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଆସିବା ପରେ ଚଳଚଞ୍ଚଳ ହୋଇଉଠିଛି ଜନ୍ମବେଦୀ। ଏନେଇ ଆଡପ ମଣ୍ଡପ ବିଜେ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏହାପରେ ଆଡପ ମଣ୍ଡପରେ ଦର୍ଶନ ଦେବେ ମହାପ୍ରଭୁ। କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଏହି ଦର୍ଶନକୁ ବନ୍ଦ ରଖାଯାଇଛି। ଏନେଇ ଜନ୍ମବେଦୀରେ ମହାପ୍ରଭୁ ବିନା ଭକ୍ତରେ ୯ଦିନ ଦର୍ଶନ ଦେବେ।

ଅନ୍ଯପଟେ ଭକ୍ତମାନଙ୍କୁ ପୁରୀ ନଯିବା ପାଇଁ ପରାମର୍ଶ ଦେଇଛନ୍ତି ପୋଲିସ ଡିଜି। ଏନେଇ ଟ୍ବିଟ କରି ଡିଜିପି କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ନାହିଁ। ସୂଚନା ମୁତାବକ ବର୍ତ୍ତମାନ ପୁରୀର କିଛି ସ୍ଥାନରେ କର୍ଫ୍ଯୁ ବଳବତ୍ତର ରହିଥିବାରୁ ଭକ୍ତଙ୍କୁ ନଯିବାକୁ ପରାମର୍ଶ ଦେଇଛନ୍ତି ଡିଜିପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.