Below header

ସୁଶାନ୍ତଙ୍କ ପାଇଁ ଭାବବିହ୍ଵଳ ପୋଷ୍ଟ କଲେ ସାରା, କହିଲେ ‘ ଇନ୍‌ଶାଆଲ୍ଲା ଆକ୍ଟିଂ ଶିଖ୍‌ ଲି..’

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସମଗ୍ର ବଲିଉଡ ଠାରୁ ଆରମ୍ଭ କରି ଫ୍ୟାନ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକା ରିୟା ଏବଂ ମହେଶ ଭଟ୍ଟଙ୍କ ଉପରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। ଏବେ ସୁଶାନ୍ତଙ୍କ ଫିଲ୍ମ ‘କେଦାରନାଥ’ର କୋ ଷ୍ଟାର ସାରା ଅଲ୍ଲୀ ଖାନ ଏକ ଭାବବିହ୍ଵଳ ଭିଡିଓ ସେୟାର କରିଛନ୍ତି।

ss

ଯାହାକୁ ନେଇ ସାରା କହିଛନ୍ତି, ମୁଁ ଫିଲ୍ମରେ କେମିତି ଅଭିନୟ କରିଛି, ତାହା ଜାଣିନାହିଁ। ମୁଁ ମୋର ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିଥିଲି। କିନ୍ତୁ ସୁଶାନ୍ତଙ୍କ ଛଡା ମୁଁ ଏହା ଅନ୍ୟ କାହା ସହିତ ହୁଏତ କରିପାରିନଥାନ୍ତି। ସେ ସବୁଠାରୁ ଦକ୍ଷ ଏବଂ ମୋତେ ଏଥିପାଇଁ ବହୁତ ସାହାଯ୍ୟ କରିଛନ୍ତି। ଫିଲ୍ମରେ ମୋତେ ବହୁତ କିଛି ଶିଖାଇଛନ୍ତି।

 

View this post on Instagram

 

Sara has always respected Sushant🥺 Don’t miss this..

A post shared by Filmygyan Videos (@filmygyanvideos) on

ସୂଚନାଯୋଗ୍ୟ, ସାରା ଫିଲ୍ମ ‘କେଦାରନାଥ’ ଜରିଆରେ ବଲିଉଡରେ ଏଣ୍ଟି୍ର କରିଥିଲେ। ଏହି ଫିଲ୍ମରେ ସୁଶାନ୍ତଙ୍କ ସହିତ ତାଙ୍କ କେମେଷ୍ଟ୍ରିକୁ ଦର୍ଶକ ମଧ୍ୟ ବେଶ୍‌ ପସନ୍ଦ କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁରେ ସାରା ବହୁତ ଦୁଃଖିତ ଥିଲେ ବୋଲି ସାରାଙ୍କ ବାପା ସୈଫ ଅଲ୍ଲୀ ଖାନ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.