ହନିମୁନରେ ଥିବାବେଳେ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲେ ସ୍ୱାମୀ, ହୋଟେଲ ରୁମ ଭିତରୁ ମିଳିଲା ମୃତ ଦେହ

ହନିମୁନରେ ଯାଇଥିବା ଜଣେ ମହିଳା ଫାର୍ମାସିଷ୍ଟକୁ ପିଟି ପିଟି ହତ୍ୟା କରାଯାଇଛି । ଏକ ଲଜ୍ଜରି ହୋଟେଲ ବାଥରୁମରେ ତାଙ୍କ ମୃତ ଦେହ ମିଳିଛି । ମହିଳା ଜଣଙ୍କ ହତ୍ୟା ପଛରେ ତାଙ୍କ ସ୍ୱାମୀଙ୍କ ହାତ ଥିବା ନେଇ ଜଣାଯାଇଛି । ରିପୋର୍ଟ ମୁତାବକ, ମର୍ଡର କରିବା ପରେ ମହିଳାଙ୍କ ସ୍ୱାମୀ ସେଠାରୁ ଡ଼ଙ୍ଗାରେ ବସି କେଉଁଆଡେ ଫେରାର ହୋଇଯାଇଛନ୍ତି । ସେ ଘଟଣା ସ୍ଥଳରୁ ପ୍ରାୟ ୨ କିମି ଦୂର ଏକ ଆଇଲ୍ୟାଣ୍ଡରେ ଲୁଚିକରି ରହିଥିଲେ । ଆମେରିକାର ମେମ୍ୱଫିସରେ ରହୁଥିବା ୩୯ ବର୍ଷୀୟ କ୍ରିଷ୍ଟେ ଜିଓନଙ୍କ ମୃତ ଦେହ ଜୁଲାଇ ୯ ତାରିଖରେ ମିଳିଥିଲା । ସେ ଫିଜି ୟସାବା ଗ୍ରୁପ ଅଫ ଆଇଲ୍ୟାଣ୍ଡରେ ଥିବା ଟର୍ଟଲ ଆଇଲ୍ୟାଣ୍ଡ ରିସର୍ଟରେ ରହିଥିଲେ । ଏହି ରିସର୍ଟର ଭଡା ଗୋଟେ ରାତିକୁ ପାଖାପାଖି ୩ ଲକ୍ଷ ଟଙ୍କା ହେବ । ଏକ ସମ୍ବାଦ ସରବରାହ ସଂସ୍ଥାକୁ ମିଳିଥିବା ପୋଷ୍ଟମର୍ଟମ ରିପୋର୍ଟ ମୁତାବକ, ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ମାନ ଥିଲା । ତାଙ୍କ ମୁଣ୍ଡରେ ବି ବଡ ଧରଣର ଆଘାତ ଲାଗିଥିବା ଜଣାଯାଇଛି ।

କହିରଖିବା ଉଚିତ ହେବକି ୩୮ ବର୍ଷୀୟ ବ୍ରେଡଲି ରୋବର୍ଟ, ଡ଼ାସନଙ୍କ ସହିତ ଗତ ଫେବୃଆରୀରେ ହିଁ ବିବାହ କରିଥିଲେ । ଏହି ଯୋଡି ପ୍ରଥମ ଦୁଇ ଦିନ ଫିଜିରେ କାଟିଥିଲେ । ଏହା ପରେ ଚେନଙ୍କ ହତ୍ୟା କରାଯାଇଥିଲା । ଏହି ମାମଲାରେ ବ୍ରେଡଲିଙ୍କୁ ଗିରଫ କରାଯାଇ ଜେଲ ପଠାଇ ଦିଆଯାଇଛି । ଅନ୍ୟ ପକ୍ଷରେ ବ୍ରେଡ଼ଲିଙ୍କ ଓକିଲ ଇକବାଲ ଖାନ କହିଛନ୍ତିକି ତାଙ୍କ କ୍ଳିଣ୍ଟ ନିଜ ଉପରେ ଲାଗିଥିବା ସମସ୍ତ ଆରୋପ ଅଭିଯୋଗକୁ ଟାଳି ଦେଇଛି । ସୂତ୍ରରୁ ମିଳିଥିବା ତଥ୍ୟ ଆନୁଯାୟୀ ଜୁଲାଇ 9 ତାରିଖରେ ଉଭୟ ଚେନ ଓ ବ୍ରେଡଲି ବ୍ରେକଫାଷ୍ଟ ପାଇଁ ଉଠିନଥିଲେ । ଏହା ପରେ ରୁମ ତଦାରଖ କରିବା ଦାୟିତ୍ୱରେ ଥିବା କର୍ମଚାରୀ ରୁମ ପାଖକୁ ଯାଆନ୍ତେ କବାଟ ସାମ୍ନାରେ ” do not disturb” ଲେଖାଯାଇଥିବା ଦେଖିବାକୁ ପାଇଥିଲେ । କିନ୍ତୁ ଡାକି ଡାକି ଯେତେବେଳେ କେହି ବି ଶୁଣିନଥିଲେ ୱେଟର ଜଣଙ୍କ କବାଟ ଭାଙ୍ଗି ଦେଇଥିଲେ । ଆଉ ପରେ ରକ୍ତ ରଂଜିତ ଅବସ୍ଥାରେ ମୃତ ଦେହ ଠାବ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.