Below header

ପ୍ରେମିକକୁ ସ୍ବାମୀର ସୁପାରି କିଲର ଦେଇଥିଲା ସ୍ତ୍ରୀ, ଭିଡିଓ କଲ୍‌ କରି ଦେଖିଲା ଲାଇଭ ମର୍ଡର

ସ୍ବାମୀକୁ ହତ୍ୟା କରିବା ପାଇଁ ସ୍ତ୍ରୀ ନେଲା ପ୍ରେମିକର ସାହାରା । ଭିଡିଓ କଲ୍‌ କରି ସ୍ବାମୀର ଲାଇଭ ମର୍ଡର ଦେଖିଲା ସ୍ତ୍ରୀ । ଭୋପାଳ ଛତ୍ରପୁରରେ ଏମିତି ଘଟଣା ଘଟିଛି ।

ସ୍ବାମୀକୁ ହତ୍ୟା କରିବା ପାଇଁ ପ୍ରେମିକର ସାହାରା ନେଲା ସ୍ତ୍ରୀ । ଆଉ ପ୍ରେମିକ ଭିଡିଓ କଲ୍‌ କରି ସ୍ତ୍ରୀକୁ ଦେଖାଇଲା ସ୍ବାମୀର ଲାଇଭ ମର୍ଡର । ଏମିତି ଘଟଣା ମଧ୍ୟପ୍ରଦେଶର ଭୋପାଳ ଛତ୍ରପୁରରେ ଘଟିଛି ।

କିଛିଦିନ ତଳେ ଯୁବକଙ୍କ ନିଖୋଜ ରିପୋର୍ଟ ହରପାଲପୁର ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ଯୁବକଙ୍କ ମୃତଦେହ ରେଲୱେ ଲାଇନ କଡରୁ ପାଇଥିଲା । ପୋଲିସ ଏହାକୁ ହତ୍ୟା ସନ୍ଦେହ କରି ଯାଞ୍ଚ ଆରମ୍ଭ କରିବା ପରେ ସବୁ ସତ ଜାଣିବାକୁ ପାଇଥିଲା ।

ଖବର ମୁତାବକ, ହରପାଲପୁର ଥାନା ଅନ୍ତର୍ଗତ ଛତରପୁରରେ ପ୍ରବେଶ ଯାଦବ ଏବଂ ତାଙ୍କ ପତ୍ନୀ କଳ୍ପନା ଯାଦବ ମଧ୍ୟ ଗତକିଛିଦିନ ହେଲାଣି ପାଟିତୁଣ୍ଡ ହେଉଥିଲେ । ଫଳରେ ପତ୍ନୀ ରାଗିଯାଇ ନିଜ ପ୍ରେମିକକୁ ସ୍ବାମୀର ହତ୍ୟା କରିବା ପାଇଁ ସୁପାରିକିଲର ଦେଇଥିଲେ । ଆଉ ପ୍ରେମିକ ଜଣକ ପ୍ରେମିକା କଥା ମାନି ଯୁବକଙ୍କୁହତ୍ୟା କରିବା ସହିତ ଲାଇଭ ଭିଡିଓ କରି ଦେଖାଇଥିଲେ ।

ଯୁବକ ନିଖୋଜ ଥିବା ନେଇ ମୃତକଙ୍କ ବାପା ଭରତ ଯାଦବ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କରିବାର କିଛିଦିନ ପରେ ଝାନସୀ ମାନିକପୁର ରେଲୱେ ଟ୍ରାକରୁ ମୃତଦେହ ଜବତ କରିଥିଲା ପୋଲିସ । ଏହି ମାମଲରେ ପୋଲିସ ପଚରାଉଚରା କରି ମୃତକଙ୍କ ପତ୍ନୀକୁ ଗିରଫ କରିଥିଲା ପୋଲିସ । ପୋଲିସ ପଚରାଉଚରା କରିବା ପରେ ସବୁ ସତ ମାନିଥିଲେ ମହିଳା ।

ସ୍ବାମୀକୁ ପ୍ରେମିକ ହତ୍ୟା କରିବା ପରେ ସ୍ତ୍ରୀକୁ ଭିଡିଓ କଲ୍‌ କରି ଦେଖାଇଥିଲେ । ଅଭିଯୁକ୍ତଙ୍କ ବିରୋଧରେ ୩୦୨, ୨୦୧, ୧୨୦ ବି ୩୪ ଆଇପିସି ମକଦ୍ଦମା ରୁଜୁ କରାଯାଇଛି । ଖୁବଶୀଘ୍ର ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.