SBI ଲକର ନିୟମରେ ପରିବର୍ତ୍ତନ

SBI ଗ୍ରାହକଙ୍କ ପାଇଁ ବଡ଼ ସୂଚନା, ୩୦ ତାରିଖ ମଧ୍ୟରେ ବ୍ୟାଙ୍କର ଏହି ନୂଆ ଲକର ଏଗ୍ରିମେଣ୍ଟକୁ ଜାଣି ନିଅନ୍ତୁ , ନଚେତ ପଡିବେ ହଇରାଣରେ..

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। ଦେଶର ଏହି ସରକାରୀ ବ୍ୟାଙ୍କରେ ଯଦି ଆପଣଙ୍କର ଏକ ଆକାଉଣ୍ଟ ଅଛି, ତେବେ ଏକ ନୂଆ ଅପଡେଟ ଆସିଛି। ବ୍ୟାଙ୍କ ଲକର ନିୟମ ସମ୍ବନ୍ଧରେ ଏସବିଆଇ ନିୟମ ପରିବର୍ତ୍ତନ କରିଛି। ନୂତନ ନିୟମ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ଏସବିଆଇ

ଭାରତୀୟ ଷ୍ଟେଟ ବ୍ୟାଙ୍କର ସମସ୍ତ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଯଦି ଆପଣମାନେ ଲକର ନେଇଛନ୍ତି ବା ନେବାକୁ ପ୍ଲାନିଂ କରୁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ବହୁତ ଜରୁରୀ । ବ୍ୟାଙ୍କ ଲକର ନେବା ପୂର୍ବରୁ ଆପଣଙ୍କୁ ସେଥିରେ ଲାଗୁଥିବା ଚାର୍ଜ ବିଷୟରେ ଜାଣିନେବା ଭଲ । ନଚେତ୍ ପରେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ ।

ଏସବିଆଇ ତା’ର ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ନୋଟିଫିକେସନ ଜାରି କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ର ନିର୍ଦ୍ଦେଶକକୁ ପାଳନ କରିବାକୁ ସମସ୍ତ ଲକର ଗ୍ରାହକଙ୍କୁ କୁହାଯାଇଛି । ସେଥିପାଇଁ ଗ୍ରାହକମାନେ ନିଜର ବ୍ୟାଙ୍କ ଶାଖାକୁ ଯାଇ ଯଥାସମ୍ଭବ ନୂଆ ଲକର ଏଗ୍ରିମେଣ୍ଟ ସାଇନ୍ କରିବାକୁ କୁହାଯାଇଛି । ଟ୍ୱିଟ କରି ଏସବିଆଇ ଏହି ଘୋଷଣା କରିଛି । ଗ୍ରାହକମାନେ ହସ୍ତାକ୍ଷର କରିବା ପୂର୍ବରୁ ନୂଆ ଏଗ୍ରିମେଣ୍ଟର ନୋଟିସକୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦିଆଯାଇଛି ।

ଜୁନ ମାସ ୩୦ ତାରିଖ ସୁଦ୍ଧା ଲକର ଗ୍ରାହମାନେ ନୂଆ ଏଗ୍ରିମେଣ୍ଟରେ ହସ୍ତାକ୍ଷର କରିବାକୁ ଆରବିଆଇ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି । ଏଥିସହିତ ବ୍ୟାଙ୍କମାନେ ନିଜର ଗ୍ରାହକଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ସହିତ ଆରବିଆଇର କୁଶଳ ପୋର୍ଟାଲରେ ନିଜର ଲକର ଏଗ୍ରିମେଣ୍ଟର ସ୍ଥିତି ଅପଡେଟ୍ କରିବାକୁ କୁହାଯାଇଛି । ଏସବିଆଇର ଗ୍ରାହକଙ୍କ ପାଇଁ ଆକାର ଓ ସ୍ଥାନ ଆଧାରରେ ଲକର ଚାର୍ଜ ଅଲଗା ଅଲଗା ହୋଇଥାଏ । ଛୋଟ ଓ ମଧ୍ୟମ ଆକାରର ଲକର ଉପରେ ଜିଏସଟି ସହିତ ୫୦୦ ଟଙ୍କାର ଶୁଳ୍କ ଲାଗିବ । ସେହିପରି ବଡ଼ ଲକର ପାଇଁ ୧୦୦ ଟଙ୍କର ପଞ୍ଜୀକରଣ ଶୁଳ୍କ ସହିତ ଜିଏସଟି ଲାଗିବ । ସହର ବା ମେଟ୍ରୋ ସହରର ଛୋଟ ଲକର ପାଇଁ ଏସବିଆଇ ଗ୍ରାହକଙ୍କୁ ୨ ହଜାର ଟଙ୍କା ଓ ଜିଏସଟି ଭରିବାକୁ ପଡ଼ିବ । ଆଗକୁ ଯେପରି କୌଣସି ଅସୁବିଧା ନହେବ ସେଥିପାଇଁ ନୂଆ ଲକର ଏଗ୍ରିମେଣ୍ଟରେ ହସ୍ତାକ୍ଷର କରିବାକୁ ଏସବିଆଇ ପକ୍ଷରୁ ଗ୍ରାହକଙ୍କୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.