Below header

ଚଳନ୍ତା ଟ୍ରେନକୁ ଚଢ଼ିବା ସମୟରେ ଖସି ପଡିଲେ ମହିଳା ଯାତ୍ରୀ, RPF ଯବାନ ଏମିତି ଭାବେ କଲେ ରକ୍ଷା

ଭାରତୀୟ ରେଲେଓ୍ଵ ଦୁର୍ଘଟଣାକୁ ଅଟକାଇବା ପାଇଁ ଚଳନ୍ତା ଟ୍ରେନରେ ଯାତ୍ରୀମାନଙ୍କୁ ନଚଢ଼ିବା ପାଇଁ ଯାତ୍ରୀ ମାନଙ୍କୁ ଅନେକ ଥର ନିବେଦନ କରିସାରିଛି। କିନ୍ତୁ ଅନେକ ଥର ଯାତ୍ରୀମାନେ ଏହାକୁ ଅଣଦେଖା କରି ଦୁର୍ଘଟଣାରେ ଶିକାର ହେଉଛନ୍ତି। ଏମିତି ଏକ ମାମଲା ଗୁଜରାଟର ଅହମ୍ମଦାବାଦରେ ଦେଖିବାକୁ ମିଳିଛି। ଏଠାରେ ଚଳନ୍ତା ଟ୍ରେନରେ ଚଢ଼ିବା ପାଇଁ ଜଣେ ମହିଳା ଚେଷ୍ଟା କରି ବିଫଳ ହୋଇ ପ୍ଲାଟଫର୍ମରେ ଖସିପଡିଲେ। ଏହି ସମୟରେ ପାଖରେ ଥିବା ଯାତ୍ରୀ ଏବଂ ଆରପିଏଫ ଯବାନଙ୍କ ସାହାଯ୍ୟରେ ମହିଳା ମ୍ରୁତ୍ୟୁମୁଖରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଜଣେ ମହିଳା ଯାତ୍ରୀ ହାତରେ ବଡ ବ୍ୟାଗ୍‌ ଧରି ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ମହିଳା ଜଣଙ୍କ ଖସି ପଡିଥିଲେ ଏବଂ ଏହି ସମୟରେ ଜଣେ ଆରପିଏଫ ଜବାନ ମୋବାଇଲରେ କଥା ହେବା ଭିତରେ ମଧ୍ୟ ଯାଇ ମହିଳାଙ୍କ ଜୀବନ ବଞ୍ଚାଇଥିଲେ।

ଯାତ୍ରୀ ମାନଙ୍କର ଅବହେଳାର ଏହା କୌଣସି ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏମିତି ଅନେକ ମାମଲା ସାମ୍ନାକୁ ଆସିଛି। କିନ୍ତୁ ଅବହେଳା କାରଣରୁ ଏହି ଦୁର୍ଘଟଣାକୁ ରୋକା ଯାଇପାରୁନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.