ପୋଲିସ୍ ବାବୁଙ୍କ ଗୁଣ୍ଡାଗିରି, ବିଚ୍ ରାସ୍ତାରେ ଅଟୋଚାଳକଙ୍କୁ ନିର୍ଧୁମ ପିଟିବା ସହ ଧରାଇଲେ ଗୋଡ

ପୋଲିସ୍ ବାବଙ୍କୁ ଗୁଣ୍ଡାଗିରି । ବିଚ୍ ରାସ୍ତାରେ ଅଟୋ ଚାଳକଙ୍କୁ ନିର୍ଧୁମ ପିଟିଲେ । ଏପରିକି ଗୋଡ ଧରି କ୍ଷମା ମାଗିବାକୁ କଲେ ବାଧ୍ୟ । ପ୍ରାୟ ୧୫ ମିନିଟ୍ ଯାଏ ଚାଲିଥିଲା ବଡ଼ ବାବୁଙ୍କ ଏହି ଗୁଣ୍ଡା ଗିରି । ଘଟଣାଟି ଘଟିଛି ଲକ୍ଷ୍ନୌର କୃଷ୍ଣ ନଗରରେ । ତେବେ ଏଯାଏ ଜଣା ପଡିନାହିଁ କିଏ ପୋଲିସ୍ ଏବଂ କେଉଁ ଥାନାରେ କାର୍ଯ୍ୟ କରନ୍ତି । ଅନ୍ୟପଟେ ସିସିଟିଭି ଆଧାରରେ ଅଭିଯୁକ୍ତ ପୋଲିସକୁ ଖୋଜୁଛି ସ୍ଥାନୀୟ ପୋଲିସ୍ ।

ସୂଚନା ଅନୁସାରେ, ଚାରବାଗରୁ ଅଟୋ ନେଇ ଘରକୁ ଫେରୁଥିଲେ ପୀଡିତ ଅଟୋଚାଳକ ଚନ୍ଦ୍ରପ୍ରକାଶ । ତେବେ ଅଧବାଟରେ ଅଭିଯୁକ୍ତ ପୋଲିସ୍ ତାଙ୍କୁ ଅଟକାଇ ଘୋଷାଡି ଘୋଷାଡି ରାସ୍ତା ଉପରେ ପକାଇଥିଲେ । ଏହା ପରେ ଗାଳି କରିବା ସହ ନିର୍ଧୁମ ବିଧା ଗୋଇଠା ମାରିଥିଲେ । ନିଜ ଜୀବନ ବଂଚାଇବା ପାଇଁ ଯେତେବେଳେ ଚନ୍ଦ୍ରପ୍ରକାଶ ଦଉଡିବାକୁ ଚେଷ୍ଟା କରିଥିଲେ ସେତେବେଳେ ତାଙ୍କ ଛାତିକୁ ଗୋଇଠା ମାରି ତଳେ ପକାଇଦେଇଥିଲେ ଅଭିଯୁକ୍ତ । ଯାହା ଫଳରେ ଚନ୍ଦ୍ରପ୍ରକାଶଙ୍କ ଦାନ୍ତ ଭାଙ୍ଗିଯାଇଥିଲା । ଏହା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଅଭିଯୁକ୍ତ ପୋଲିସ୍ ।

ଅନ୍ୟପଟେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ରାସ୍ତାକୁ ଓହ୍ଲାଇଥିଲେ ଅଟୋ ଏବଂ ବ୍ୟବସାୟୀ ସଂଘ । ତେବେ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ହଟିଥିଲେ । ସେପଟେ ଘଟଣାର ଯାଂଚ କରିବା ସହ ଅଭିଯୁକ୍ତ ପୋଲିସକୁ ସିସିଟିଭି ଆଧାରରେ ଖୋଜୁଛି ସ୍ଥାନୀୟ ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.