Below header

ଦେଶ ପାଇଁ ୪ର୍ଥ ସ୍ବର୍ଣ୍ଣ ଆଣିଲେ ହିମା, ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

ବିଶ୍ବକପ୍ କ୍ରିକେଟରେ ଭାରତକୁ ସଫଳତା ମିଳିନଥିଲା ବୋଲି ସମଗ୍ର ଭାରତବାସୀଙ୍କ ମନରେ ଦୁଃଖ ରହିଥିଲା। କିନ୍ତୁ ଏବେ ଭାରତବାସୀଙ୍କ ମନରେ ଖୁସି ଆଣିଦେଇଛନ୍ତି ଭାରତୀୟ ଧାବିକା ହିମା ଦାସ । ହିମା ଲଗାତାର ଭାବେ ଭାରତ ପାଇଁ ୪ର୍ଥ ସ୍ବର୍ଣ୍ଣ ଜିତିଛନ୍ତି । ଚେକ ରିପ୍ଲବିକର ଟାବର ଆଥଲେଟିକ୍ସ ମିଟରେ ୨୦୦ ମିଟର ଦୌଡି ଏହି ପଦକ ହାସଲ କରିଛନ୍ତି ହିମା ।

ହିମା ୨୩.୨୫ ସେକେଣ୍ଡରେ ବିଜୟ ହାସଲ କରିଛନ୍ତି। ଏହି ଦୌଡ ପ୍ରତିଯୋଗିତାରେ ହିମାଙ୍କ ସହିତ ଚେକ୍ ରିପ୍ଲବିକର ଅନେକ ଧାବିକା ଭାଗ ନେଇଥିଲେ କିନ୍ତୁ ହିମା ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି । ହିମାଙ୍କ ସର୍ବଶ୍ରେଷ୍ଠ ରେକର୍ଡ ୨୩.୧୦ ସେକେଣ୍ଡ ରହିଛି । ଏହାସହିତ ହିମାଙ୍କ ପ୍ରତିଦ୍ବିନ୍ଦୀ ବିକେ ବିସ୍ମୟା ସିଜନର ୨୩.୪୩ ସର୍ବଶ୍ରେଷ୍ଠ ଭାବେ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

୧୯ ବର୍ଷୀୟ ହିମା ଜୁଲାଇ ୨ ତାରିଖରେ ୟୁରୋପରେ ପ୍ରଥମ ସ୍ବର୍ଣ୍ଣ ବିଜୟୀ ହୋଇଥିଲେ। ପରେ ଜୁଲାଇ ୭ରେ କୁଣ୍ଟୋ ଆଥଲେଟିକ୍ ମିଟରେ ଦ୍ବିତୀୟ ସ୍ବର୍ଣ୍ଣ ଏବଂ ୧୩ ଜୁଲାଇରେ ହିମା ଚେକ ରିପ୍ଲବିକର କ୍ଲାଦନୋ ଆଥଲେଟିକ୍ ମିଟରେ ୨୦୦ ମିଟର ଦୌଡି ତୃତୀୟ ସ୍ବର୍ଣ୍ଣ ହାସଲ କରିଥିଲେ। ହିମା ୪୦୦ ମିଟର କ୍ବାଟର ଫାଇନାଲ ଦୌଡ ଏବଂ ୨୦୦ ମିଟର ଦୌଡ ପାଇଁ ଏପର୍ଯ୍ଯନ୍ତ କ୍ବାଲିଫାଏ କରିନାହାନ୍ତି। ୱାଲର୍ଡ ଚାମ୍ପିଅନସିପରେ ୨୦୦ ମିଟରରେ କ୍ବାଲିଫାଏ କରିବା ପାଇଁ ୨୩.୦୨ ଏବଂ ୪୦୦ ମିଟର କ୍ବାଲିଫାଏ କରିବା ପାଇଁ ୫୧.୮୦ ସେକେଣ୍ଡ ସମୟ ରହିଛି।

ସେହିଭଳି ପୁରୁଷ ବିଭାଗର ଦୌଡରେ ମହମ୍ମଦ ଅନାସ ୪୦୦ ମିଟର ଦୌଡରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଦୌଡ ୪୫.୪୦ ସେକେଣ୍ଡରେ ଏହି ଦୌଡ ପୂରଣ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.