ରାହୁଲ ଗାନ୍ଧୀଙ୍କ ଭାଲେଣ୍ଟାଇନ୍ସ ଡେ’ , ମଂଚରେ ମହିଳା କଲେ କିସ୍

ରାହୁଲ୍ ଗାନ୍ଧୀଙ୍କୁ ଚୁମ୍ବନ । ଭାଇରାଲ୍ ହେଉଛି କଂଗ୍ରେସ୍ ଅଧ୍ୟକ୍ଷଙ୍କ ଭିଡିଓ । ଭାଲେଣ୍ଟାଇନ୍ ଡେ’ରେ ରାହୁଲଙ୍କୁ ଚୁମ୍ବନ ଦେଉଛନ୍ତି ଜଣେ ମହିଳା । ଗୁଜରାଟର ଭଲସାଦ୍ ଗସ୍ତରେ ଥିବା ବେଳେ ମଂଚରେ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ରାହୁଲ୍ । ଭିଡିଓରେ ସ୍ବାଗତ କରିବାକୁ ପହଂଚିଥିବା ମହିଳାମାନଙ୍କ ମଧ୍ୟରୁ ଜଣେ ମହିଳା ରାହୁଲଙ୍କ ମୁହଁକୁ ନିଜ ଆଡକୁ ଟାଣି କିସ୍ କରୁଛନ୍ତି । ଏହି ସମୟରେ କେହି ଜଣେ ଦୃଶ୍ୟଟିକୁ ନିଜ କ୍ୟାମେରାରେ କଏଦ୍ କରିନେଇଥିଲେ ।

ଆଉ ଆଜି ଭାଲେଣ୍ଟାଇନ୍ ଦିବସ ଥିବାରୁ ରାହୁଲଙ୍କ ଏହି ଭିଡିଓ ଜବରଦସ୍ତ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ ରାହୁଲଙ୍କୁ ଜଣେ ମହିଳା କିସ୍ କରୁଥିବାର ଏହି ଭିଡିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.