ଭାଲେଣ୍ଟାଇନ୍ସ ଡେରେ ଟାଇଗରଙ୍କ ପ୍ରସ୍ତାବରେ ରାଜି ହେଲେ ଦିଶା, ଏପରି ଅନ୍ଦାଜରେ କଲେ ଘୋଷଣା

ମୁମ୍ବାଇ : ଭାଲେଣ୍ଟାଇନ୍ସ ଡେ ବା ପ୍ରେମ ଦିବସରେ କିଏ କାହାକୁ ପ୍ରୋପଜ୍ କରିବ ଏବଂ ତାହାକୁ କିଏ ମନା କରିଦେବ ତାହା ଅସମ୍ଭବ କଥା। ଆଉ ଏପରି କିଛି ହୋଇଛି ବଲିଉଡ଼ର ଅଭିନେତା ଟାଇଗର ସର୍ଫ ଏବଂ ଅଭିନେତ୍ରୀ ଦିଶା ପଟାନୀଙ୍କ ସହିତ। ଆଜ୍ଞା ହଁ, ଟାଇଗର ଏବଂ ଦିଶା ନିଜ ସଂପର୍କକୁ ଅଫିସିଆଲ କହିବା ସହ ପରସ୍ପରକୁ ରିଙ୍ଗ ପିନ୍ଧାଇଛନ୍ତି।
ନିକଟରେ ଟାଇଗର ସର୍ଫ ଏବଂ ଦିଶା ପଟାନୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଖୁବ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏହାକୁ ଶେୟାର କରିବା ସହ ସେ ଦୁହେଁ ଅଫିସିଆଲି ଏକା ସାଙ୍ଗରେ ଥିବା ଘୋଷଣା କରିଛନ୍ତି। ଦୁହେଁ ଫଟୋରେ ଆଙ୍ଗୁଠିରେ ପିନ୍ଧିଥିବା ଡାଇମଣ୍ଡ ରିଙ୍ଗୁକୁ ଚୁମ୍ବନ କରୁଥିବା ନଜର ଆସିଛନ୍ତି। ଦୁହିଁଙ୍କ ଫଟୋରେ ରହିଥିବା କ୍ୟାପସନ ସେ ଦୁଇଜଣଙ୍କ ସଂପର୍କ ବିଷୟରେ ଖୁଲମଖୁଲା କହୁଥିବା ନଜର ଆସିଛି।
ଦିଶା ଏବଂ ଟାଇଗର ବହୁ ସମୟ ହେଲା ଏକା ସାଙ୍ଗରେ ଅଛନ୍ତି। କିନ୍ତୁ କେବେ ମଧ୍ୟ ଦୁହେଁ ନିଜ ସଂପର୍କକୁ ନେଇ ମିଡିଆରେ କୌଣସି କଥା କୁହନ୍ତି ନାହିଁ। ତେବେ ଆଜି ପ୍ରଥମ ଥର ପାଇଁ ଦୁହେଁ ନିଜ ସଂପର୍କ ବିଷୟରେ ଏପରି ଘୋଷଣା କରିଛନ୍ତି। ଏବେ ଦେଖିବା ବାକି ରହିଲା ଦୁହେଁ କେବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।