Below header

ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍‌, ଆଗତ କଲେ କେନ୍ଦ୍ର ଆଇନମନ୍ତ୍ରୀ

ଆଜି ନୂଆ ସଂସଦ ଭବନରେ ପ୍ରଥମ ଦିନରେ ମହିଳା ସଂରକ୍ଷଣ ବିଲ୍ ଆଗତ ହୋଇଛି । ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଆଗତ କରିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ।

ନୂଆଦିଲ୍ଲୀ : ଆଜି ନୂଆ ସଂସଦ ଭବନରେ ପ୍ରଥମ ଦିନରେ ମହିଳା ସଂରକ୍ଷଣ ବିଲ୍ ଆଗତ ହୋଇଛି । ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଆଗତ କରିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନିଜ କାର୍ଯ୍ୟକାଳ ସମୟରେ ଅନେକ ଥର ମହିଳା ସଂରକ୍ଷଣ ବିଲ୍ ଆଗତ କରିଥିଲେ । କିନ୍ତୁ ପାରିତ କରିବାକୁ ଆବଶ୍ୟକ ସଂଖ୍ୟା ବଳ ନଥିଲା ।

ଏଥିପାଇଁ ତାଙ୍କର ସ୍ବପ୍ନ ଅଧୁରା ରହିଗଲା । ମହିଳାଙ୍କୁ ସେମାନଙ୍କ ଅଧିକାର ଦେବା ଓ ଶକ୍ତିକୁ ଆକାର ଦେବାରେ ତାଙ୍କୁ ଭଗବାନ ତାଙ୍କୁ ବାଛିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଲ୍ ପାରିତ ହେଲେ ଲୋକସଭାରେ ମହିଳାଙ୍କ ପାଇଁ ହେବ ୧୮୧ ସିଟ୍ । ବର୍ତ୍ତମାନ ଲୋକସଭାରେ ୮୨ ଜଣ ମହିଳା ସାଂସଦ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.