EOWରେ ବୈଜୟନ୍ତୀ କର, କହିଲେ ଲୋନ୍ ହୋଇଛି ମାତ୍ର ଅଭିଯୋଗ ଭିତ୍ତିହୀନ

 EOWରେ ସମ୍ବାଦର HR ମୁଖ୍ୟ  । EOW ଅଫିସରେ ହାଜର ହୋଇଛନ୍ତି ବୈଜୟନ୍ତୀ କର ।  ତେବେ ଲୋନ୍ ହୋଇଛି ମାତ୍ର ଅଭିଯୋଗ  ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି । ଗତକାଲି EOW ପ୍ରେସରିଲିଜ୍ ଦେଇଥିଲା । କର୍ମଚାରୀଙ୍କ ନାଁରେ ଜବରଦସ୍ତ ଲୋନ୍ ନିଆଯାଇଛି  ବୋଲି କହିଛି  EOW ।

ଭୁବନେଶ୍ୱର (କେନ୍ୟୁଜ): EOWରେ ସମ୍ବାଦର HR ମୁଖ୍ୟ  । EOW ଅଫିସରେ ହାଜର ହୋଇଛନ୍ତି ବୈଜୟନ୍ତୀ କର ।  ତେବେ ଲୋନ୍ ହୋଇଛି ମାତ୍ର ଅଭିଯୋଗ  ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି । ଗତକାଲି EOW ପ୍ରେସରିଲିଜ୍ ଦେଇଥିଲା । କର୍ମଚାରୀଙ୍କ ନାଁରେ ଜବରଦସ୍ତ ଲୋନ୍ ନିଆଯାଇଛି  ବୋଲି କହିଛି  EOW । ୫୦ କୋଟି ଟଙ୍କା ଆତ୍ମସାତ ହୋଇଥିଲା । ଏନେଇ ୧୫ରୁ ୨୦ କର୍ମଚାରୀ  ଅଭିଯୋଗ  କରିଛନ୍ତି।

ଗତକାଲି ଭୁବନେଶ୍ବର ସମ୍ବାଦ ଅଫିସରେ କ୍ରାଇମବ୍ରାଞ୍ଚ EOWର ଟିମ୍ ପହଞ୍ଚିଥିଲା  । ଖବରକାଗଜ ଅଫିସରେ କର୍ମଚାରୀଙ୍କୁ ଋଣ ମାମଲାରେ ଯାଞ୍ଚ  କରିଥିଲା  ୧୨ ଜଣିଆ ଟିମ୍ ।   ସମ୍ବାଦର HR ମୁଖ୍ୟ ବୈଜୟନ୍ତୀ କରଙ୍କୁ ପଚରାଉଚରା ମଧ୍ୟ ହୋଇଥିଲା ।  ତାଙ୍କୁ ହାଜର ପାଇଁ ପୂର୍ବରୁ ନୋଟିସ ହୋଇଥିଲା । ତେବେ ସେ ହାଜର ହୋଇ ନଥିଲେ । ଏହାପରେ ଭୁବନେଶ୍ବର ସମ୍ବାଦ ଅଫିସରେ ଯାଞ୍ଚ କରିଥିଲେ ୧୨ ଜଣିଆ ଇଓଡବ୍ଲ୍ୟୁ ଟିମ୍ । ଋଣ ସମ୍ପର୍କିତ କାଗଜପତ୍ର ଓ ବ୍ୟାଙ୍କ ଆକାଉଣ୍ଟ ନେଇ ଯାଞ୍ଚ ହୋଇଛି । ଋଣ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ମଗାଯାଇଥିବା ସୂଚନା ମିଳିଛି ।   ତଦନ୍ତକାରୀ ଟିମରେ ଥିଲେ ୪ ଜଣ ଡିଏସପି, ୬ ଜଣ ଇନିସପେକ୍ଟର ।  ସହିଦନଗର ଥାନା ପୋଲିସ ବି ସେମାନଙ୍କ ସହ ଥିଲା ।  କର୍ମଚାରୀଙ୍କ ନାଁରେ ସମ୍ବାଦ ଖବରକାଗଜ ଋଣ ଉଠେଇ ଠକେଇ କରିଥିବା ଜଣେ ପୂର୍ବତନ କର୍ମଚାରୀ EOWରେ ଅଭିଯୋଗ କରିଥିଲେ ।  ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ମାନବ ସମ୍ବଳ ବିଭାଗ ମୁଖ୍ୟ ବୈଜୟନ୍ତୀ କରଙ୍କ ନାଁରେ କରିଥିଲେ ଅଭିଯୋଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.