ଅନନ୍ତନାଗ ଏନ୍‌କାଉଣ୍ଟରରେ ସେନାକୁ ବଡ଼ ସଫଳତା, ଲଶ୍କର ଆତଙ୍କୀ ଉଜୈର୍‌ ଖାନ ନିପାତ

ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିିଳିଛି। ସୁରକ୍ଷା ବାହିନୀ ଲଶ୍କର-ଏ-ତୋଏବାର ଆତଙ୍କବାଦୀ ଉଜେର୍‌ ଖାନଙ୍କୁ ନିପାତ କରିଛି।

ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିିଳିଛି। ସୁରକ୍ଷା ବାହିନୀ ଲଶ୍କର-ଏ-ତୋଏବାର ଆତଙ୍କବାଦୀ ଉଜେର୍‌ ଖାନଙ୍କୁ ନିପାତ କରିଛି। କାଶ୍ମୀର ଏଡିଜିପି ବିଜୟ କୁମାର କହିଛନ୍ତି, ଅନନ୍ତନାଗରେ ଆତଙ୍କୀ ଉଜୈର୍‌ଙ୍କୁ ମାରି ଦିଆଯାଇଛି। ଏଠାରେ ଶେଲ୍ ଥିବାରୁ ସର୍ଚ୍ଚ ଅପରେସନ୍ ଜାରି ରହିବ। ଏହି ଏନ୍‌କାଉଣ୍ଟରରେ ୪ ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି।

ବର୍ତ୍ତମାନ ଅନନ୍ତନାଗରେ ଚାଲିଥିବା ଏନକାଉଣ୍ଟର ସମାପ୍ତ ହୋଇଛି। ବର୍ତ୍ତମାନ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଉପରେ ଫୋକସ୍‌ କରୁଛନ୍ତି। କାରଣ, ଆତଙ୍କବାଦୀଙ୍କ ସହ ଜଡିତ ଜିନିଷ ଏଠାରେ ଥାଇପାରେ। ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ବେଳେ ୪ ଜଣ ଯବାନ ସହିଦ ହୋଇଛନ୍ତି। ସେନା ଏବେ ତୃତୀୟ ଆତଙ୍କବାଦୀଙ୍କ ମୃତଦେହ ଖୋଜୁଛି। ବର୍ତ୍ତମାନ ସେନା ପୂରା ଅଞ୍ଚଳକୁ ଘେରି ରହିଛି।

ଏଡିଜିପି ବିଜୟ କୁମାର କହିଛନ୍ତି, ଏବେ ସର୍ଚ୍ଚ ଅପରେସନ୍ ଜାରି ରହିବ। ଆମକୁ ତୃତୀୟ ମୃତଦେହ ମଧ୍ୟ ମିଳିଯିବାର ସମ୍ଭାବନା ରହିଛି। ଏହି କାରଣରୁ ସର୍ଚ୍ଚ ଅପରେସନ୍ ଜାରି ରଖିବାକୁ ପଡ଼ିବ। ବିଜୟ କୁମାର କହିଛନ୍ତି, ଆମକୁ ଲଶ୍କର-ଏ-ତୋଏବାର କମାଣ୍ଡରଙ୍କ ମୃତଦେହ ମିଳିଛି ଏବଂ ଆମେ ଏହାକୁ ନିଜ କବ୍‌ଜାକୁ ନେଇଯାଇଛୁ। ଆହୁରି ମଧ୍ୟ ମୃତଦେହ ମିଳିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.