Below header

ବୁର୍ଜ ଖଲିଫା ଟପ୍‌ ଫ୍ଲୋରକୁ ସାଧାରଣ ଲୋକଙ୍କୁ ଯିବାକୁ ମନା, ଜାଣନ୍ତୁ କଣ ରହିଛି କାରଣ

ସାଧାରଣ ଲୋକଙ୍କୁ ଏହି ଟପ୍‌ ଫ୍ଲୋରକୁ ଯିବାକୁ ବାରଣ କରାଯାଇଛି । ଆଜି ଆପଣଙ୍କୁ ଏହି ରହସ୍ୟ ବିଷୟରେ ଜଣାଇବୁ । ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଦୁବାଇରେ ଥିବା ବୁର୍ଜ ଖଲିଫା କାହିଁକି ଏତେ ପ୍ରସିଦ୍ଧ ଏବଂ ବିଶ୍ୱରେ ଏହାକୁ ନେଇ କାହିଁକି ଏତେ ଆଲୋଚନା କରାଯାଏ ଜାଣିଛନ୍ତି କି ? ଆଜି ଆମେ ଏହି ବୁର୍ଜ ଖଲିଫା ବିଷୟରେ କିଛି ଭିନ୍ନ ରହସ୍ୟ ଜଣାଇବୁ । ଆପଣମାନଙ୍କ ମଧ୍ୟରୁ ଅନେକ ଏହା ବିଷୟରେ ଜାଣିଥିବେ ନିଶ୍ଚିତ । ଏହି ବୁର୍ଜ ଖଲିଫାରେ ବୁଲିବା ପାଇଁ ଲୋକମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଟିକେଟ କଣନ୍ତି କିନ୍ତୁ ଟପ୍‌ ଫ୍ଲୋରକୁ ଯାଇ ପାରନ୍ତି ନାହିଁ । କିନ୍ତୁ ଏହା କାହିଁକି? ସାଧାରଣ ଲୋକଙ୍କୁ ଏହି ଟପ୍‌ ଫ୍ଲୋରକୁ ଯିବାକୁ ବାରଣ କରାଯାଇଛି । ତେବେ ଆଜି ଆପଣଙ୍କୁ ଏହି ରହସ୍ୟ ବିଷୟରେ ଜଣାଇବୁ । ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଦୁନିଆର ଯେକୌଣସି ବ୍ୟକ୍ତି ବୁର୍ଜ ଖଲିଫାକୁ ବୁଲିବା ପାଇଁ ଯାଇ ପାରିବେ । ଏଥିପାଇଁ ଆପଣଙ୍କୁ ଟିକେଟ୍ କିଣିବାକୁ ପଡିବ । ଆପଣ ଏହି ଟିକେଟ ଦେଇ ବୁର୍ଜ ଖଲିଫାରେ ଏଣ୍ଟ୍ରି ନେଇପାରିବେ । କିନ୍ତୁ ଏହି ଏଣ୍ଟ୍ରି ସବୁ ସ୍ଥାନ ପାଇଁ ନଥାଏ । ଏହି ବୁର୍ଜ ଖଲିଫାର ଉପର ମହଲାରେ ଏପରି କଣ ଅଛି ଯେଉଁଥିପାଇଁ ସାଧାରଣ ଲୋକଙ୍କୁ ଏଠାରେ ପ୍ରବେଶ କରିବାକୁ ବାରଣ କରାଯାଇଛି ?

ତେବେ ବୁର୍ଜ ଖଲିଫାର ଟପ୍‌ ଫ୍ଲୋରରେ କର୍ପୋରେଟ୍ ଅଫିସ୍ ଏବଂ ଖାସ୍‌ କାର୍ଯ୍ୟାଳୟ ଅଛି । ଯେଉଁଠାରେ କେବଳ ଏହା ସହ ଜଡିତ ଲୋକଙ୍କୁ ଆସିବାକୁ ଅନୁମତି ଦିଆଯାଇଛି । ଯଦି ଆପଣଙ୍କୁ ସେଠାକୁ ଯିବାକୁ ଅନୁମତି ମିଳେ ତେବେ ଆପଣ ଯାଇପାରିବେ । କିନ୍ତୁ ସୁରକ୍ଷା ଏବଂ ପ୍ରାଇଭେସୀ କାରଣରୁ ସାଧାରଣ ଲୋକଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯାଇନଥାଏ । ଏହି କାରଣରୁ ସେଲିବ୍ରିଟିମାନେ ସହଜରେ ସେଠାରେ ପହଞ୍ଚି ପାରନ୍ତି କିନ୍ତୁ ସାଧାରଣ ଲୋକଙ୍କୁ ଯିବାକୁ ଅନୁମତି ଦିଆଯାଇନଥାଏ ।

ବୁର୍ଜ ଖଲିଫାରେ କଣ ବିଶେଷ ରହିଛି ଆସନ୍ତୁ ଜାଣିବା । ବୁର୍ଜ ଖଲିଫା ଦୁବାଇର ଆକାଶର ବାଦଲକୁ ଛୁଇଁଥାଏ । ଯାହାର ଉଚ୍ଚତା ପ୍ରାୟ ୮୨୮ ମିଟର । ଏହାକୁ ନିର୍ମାଣ କରିବାବେଳେ ବିଶେଷ ଧ୍ୟାନ ଦିଆଯାଇଥିଲା ଯେ ଯଦି ଭୂକମ୍ପ ହୁଏ ତେବେ ଏହାର ଯେପରି କୌଣସି କ୍ଷତି ନପହଞ୍ଚେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବୁର୍ଜ ଖଲିଫା ଏହାର ଚାରିପଟେ ଥିବା ବିଲ୍ଡିଂ ସହିତ କନେକ୍ଟ ହୋଇଛି । ଯାହା ଦ୍ୱାରା ଅନଲାଇନ୍ ଆଲର୍ଟ ସିଷ୍ଟମ ଭଲଭାବେ କାମ କରିଥାଏ ।

ଏହାର ଆକାର Y ଭଳି ଯାହା ଏହାକୁ ମଜବୁତ ଏବଂ ସ୍ଥିର ରହିବାକୁ ସାହାଯ୍ୟ କରେ । ବିଲ୍ଡିଂର ଏହି ଡିଜାଇନ୍ ପବନର ଶକ୍ତିଶାଳୀ ପ୍ରଭାବରୁ ଏହାକୁ ରକ୍ଷା କରିଥାଏ ଏବଂ ସୁରକ୍ଷା ଯୋଗାଇଥାଏ । ଏହା ବ୍ୟତୀତ ଅଧିକ ସୁରକ୍ଷା ପାଇଁ ବୁର୍ଜ ଖଲିଫାର ସିଡ଼ିରେ କଂକ୍ରିଟ ବ୍ୟବହାର କରାଯାଇଛି। ନିଆଁରୁ ରକ୍ଷା ପାଇବା ପାଇଁ ବିଲ୍ଠିଂ ଭିତରେ ସ୍ୱତନ୍ତ୍ର ସୁବିଧା ମଧ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.