Below header

ମହାନଦୀ ମୁହାଣରେ ବୁଡିଲା ଡଙ୍ଗା, ୯ ନିଖୋଜ

ମହାନଦୀ ମୁହାଣରେ ବୁଡିଲା ଡଙ୍ଗା । ପାରାଦୀପ ନେହେରୁବଙ୍ଗଳା ମହାନଦୀ ମୁହାଣରେ ଡଙ୍ଗା ବୁଡିଯାଇଛି । ଡଙ୍ଗା ବୁଡିଯିବା ଫଳରେ ମୁହାଣରେ ବୋଟ ଉପରେ ଓ ଜାର୍ ସାହାଯ୍ୟରେ ଭାସୁଛନ୍ତି ମତ୍ସ୍ୟଜୀବୀ।

ପାରାଦୀପ (କେନ୍ୟୁଜ): ପାରାଦୀପ ମହାନଦୀ ମୁହାଣରେ ବୁଡ଼ିଗଲା ଡଙ୍ଗା । ନେହେରୁ ବଙ୍ଗଳା ନିକଟ ମୁହାଣରେ ଡଙ୍ଗା ବୁଡ଼ି ୯ ନିଖୋଜ । ମେରାଇନ୍ ପୋଲିସ ଓ ମତ୍ସ୍ୟଜୀବୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଧିକ ଜୋରରେ ଢେଉ ଉଠୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ । ଉଦ୍ଧାର ପାଇଁ କୋଷ୍ଟଗାର୍ଡ ସାହାଯ୍ୟ ମଗାଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.