Below header

କିଏ ହେବ କର୍ଣ୍ଣାଟକ କିଙ୍ଗ, ଖଡଗେ କରିବେ ନିଷ୍ପତ୍ତି, ବିଧାୟକ ଦଳ ବୈଠକରେ ପାରିତ ହେଲା ପ୍ରସ୍ତାବ

କିଏ ହେବେ କର୍ଣ୍ଣାଟକ କିଙ୍ଗ ? ଓ୍ଵାର ହର୍ସ ସିଦ୍ଦରମେୟା ନା ଟ୍ରବୁଲ ସୁଟର ଡିକେ ଶିବକୁମାର ? ତେବେ ଏନେଇ ନିଷ୍ପତ୍ତି ନେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏନେଇ ଆଜି ବିଧାୟକ ଦଳ ବୈଠକରେ ପାରିତ ହୋଇଛି ପ୍ରସ୍ତାବ । ବିଜେପିକୁ ବଡ଼ ବ୍ୟବଧାନରେ ହରାଇବା ପରେ କଂଗ୍ରେସ ଆଗରେ ନୂଆ ଚ୍ୟାଲେଞ୍ଜ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଭୟ ନେତା ଆଶାୟୀ।

ବେଙ୍ଗାଲୁର : କିଏ ହେବେ କର୍ଣ୍ଣାଟକ କିଙ୍ଗ ? ଓ୍ଵାର ହର୍ସ ସିଦ୍ଦରମେୟା ନା ଟ୍ରବୁଲ ସୁଟର ଡିକେ ଶିବକୁମାର ? ତେବେ ଏନେଇ ନିଷ୍ପତ୍ତି ନେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏନେଇ ଆଜି ବିଧାୟକ ଦଳ ବୈଠକରେ ପାରିତ ହୋଇଛି ପ୍ରସ୍ତାବ । ବିଜେପିକୁ ବଡ଼ ବ୍ୟବଧାନରେ ହରାଇବା ପରେ କଂଗ୍ରେସ ଆଗରେ ନୂଆ ଚ୍ୟାଲେଞ୍ଜ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଭୟ ନେତା ଆଶାୟୀ।

ନିର୍ବାଚନ ଫଳାଫଳ ପରେପରେ ଆରମ୍ଭ ହୋଇ ଯାଇଛି ସିଏମ ରେସ୍ । କର୍ଣ୍ଣାଟକ କଂଗ୍ରେସରେ ପୋଷ୍ଟର ଓ୍ଵାର। ସିଦ୍ଦରମେୟା ଓ ଡିକେ ଶିବକୁମାରଙ୍କ ସମର୍ଥକ ବେଶ ଉତ୍ସାହୀ। ବେଙ୍ଗାଲୁରୁରେ ଦୁଇ ନେତାଙ୍କ ବାସଭବନ ଆଗରେ ଲାଗିଛି ପୋଷ୍ଟର। ଦୁଇ ନେତାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ନିଜ ନିଜର ସମର୍ଥକ। ବାଣ ଫୁଟାଇ ଉତ୍ସବ ମନାଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବେ, ଦିଲ୍ଲୀରେ ନିଷ୍ପତ୍ତି ହେବନି। ନିଷ୍ପତ୍ତି ନେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.