କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦୁରପ୍ପା, ଯୋଗ ଦେଲେ ନାହିଁ କଂଗ୍ରେସ ସଦସ୍ୟ

ବେଙ୍ଗାଲୁରୁ : କର୍ଣ୍ଣାଟକ ନାଟକରେ ଯବନିକା ପଡ଼ିବା ପରେ ଆଜି ବିଜେପି ନେତା ବିଏସ ୟେଦୁରପ୍ପା ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବାଜୁଭାଇ ବାଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ସୂଚନା ଅନୁସାରେ ଆସ୍ଥାଭୋଟ୍‌ ପରେ ତାଙ୍କର ଅନ୍ୟମନ୍ତ୍ରୀମାନେ ଶପଥପାଠ କରିବେ । ତେବେ ଗତ ମଙ୍ଗଳବାର ଦିନ କ୍ଷମତା ହରାଇଥିବା କଂଗ୍ରେସର କୌଣସି ସଦସ୍ୟ ଆଜି ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ।
ୟେଦୁରପ୍ପା ଚତୁର୍ଥ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ ପୂର୍ବ ଭଳି ମଧ୍ୟ ଏଥର ତାଙ୍କୁ ଶାସନ ସମ୍ଭାଳିବା ସହଜ ହେବ ନାହିଁ । ଆସନ୍ତା ସୋମବାର ଦିନ ତାଙ୍କ ଆସ୍ଥାଭୋଟ୍‌ର ସାମନା କରିବାକୁ ପଡ଼ିବ ।

Leave A Reply

Your email address will not be published.